ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ଲୋକ ପ୍ରତିନିଧି ଓ ଜିଲ୍ଳାପାଳ କଥା କଟାକଟି Posted on 12/11/201912/11/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ।ଓଡ଼ିଶାର କେନ୍ଦ୍ର ସ୍ଥଳରେ ଅନୁଗୋଳ ର ଅବସ୍ଥିତି।ଅନୁଗୋଳରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଛନ୍ତି ସତ କିନ୍ତୁ ଜିଲ୍ଲାର ବିକାଶ ଯେଉଁ ହାରରେ ହେବା କଥା ତାହା ହେଉନଥିବା ମନେହୁଏ।ଜିଲ୍ଲା ଖଣିଜ ପାଣ୍ଠିର ସପ୍ତମ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ଏମ୍ପି ମହେଶ ସାହୁ, ସମ୍ବଲପୁର ଏମ୍ପି ନିତେଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ସହ ଚଳିତ ବର୍ଷ ପାଇଁ ଏକ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ଲୋକ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରି ବିଗିଡିଥିଲେ ଥିଲେ । ୨୦୧୫ ମସିହାରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜିଲା ଖଣିଜ ପାଣ୍ଠି ଯୋଜନାରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥର ସୁବିନିଯୋଗ ଉପରେ ଢେଙ୍କାନାଳ ଏମ୍ପି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଜିଲା ଖଣିଜ ପାଣ୍ଠିରୁ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା ୧୨୦୮.୪୨ କୋଟି ଟଙ୍କା ସଂଗ୍ରହ ହୋଇଛି । ସେଥିମଧ୍ୟରୁ ମୋଟ ୧୦୯୮.୯୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି । ଏଥିରେ ଉଚ୍ଚ ଅଗ୍ରାଧିକାର ସେକ୍ଟରରେ ୧୮୧୪ଟି ପ୍ରକଳ୍ପ ଓ ଅନ୍ୟାନ୍ୟ ଅଗ୍ରାଧିକାର ସେକ୍ଟରରେ ୧୧୦୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୧୬୨୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୫୨ଟି ଚାଲୁ ରହିଛି ଓ ୫୪୨ଟି କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେବେ ଟଙ୍କା ଥାଇ ମଧ୍ୟ ଖର୍ଚ୍ଚ କରାଯାଇ କାମ ସଂପୂର୍ଣ୍ଣ କରା ଯାଉ ନଥିବାରି ଅଧିକାଂଶ ବିଭାଗ ଉପରେ ଲୋକ ପ୍ରତିନିଧି ମାନେ ବିଗିଡି ଥିଲେ । ଏପରିକି କିଛି ବିଭାଗ କାମରେ ସନ୍ତୁଷ୍ଟ ନ ହେବା ଯୋଗୁଁ କାମ ଅନ୍ୟ ବିଭାଗ ହାତକୁ କାମ କରିବାକୁ ନିର୍ଦେଶ ଦିଆ ଯାଇଛି । ଚଳିତ ବୈଠକରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ଗମନା ଗମନ ଉପରେ ଗୁରୁତ୍ଵ ଦିଆ ଯାଇଥିଲା । ଯେଉଁ ବିଭାଗ ସେମାନଙ୍କ କମ ମନ୍ଥର ଗତିରେ କରୁଛନ୍ତି ସେମାନଙ୍କୁ ଡିସେମ୍ବର ମାସ ଯାଏ ସମୟ ଦିଆ ଯାଇଛି । ଯଦି ତାପରେ ମଧ୍ୟ କାମ ନ କରା ଯାଏ ତେବେ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅନୁଗୋଳ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଆଲୋଚନା ବେଳେ ଜିଲ୍ଲାପାଳ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ତୁ ତୁ ମେ ମେ ମଧ୍ୟ ହୋଇଥିଲା । ଲୋକ ପ୍ରତିନିଧୀମାନେ ଏକ ସୁନ୍ଦର ଷ୍ଟାଡିୟମ ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିବା ବେଳେ ଜିଲ୍ଲାପାଳ କେବଳ ମରାମତି ହେଉ ବୋଲି ଚାହୁଁ ଥିଲେ । ଯାହାକୁ ନେଇ କଥା କଟାକଟି ହୋଇଥିଲା ।ଯଦି ଉଭୟ ରାଜନୈତିକ ଦଳ ଓ ପ୍ରସାଶନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ନରହିବା ତେବେ ଜିଲ୍ଲାର ବିକାଶ ସାଧନ କେମିତି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ଚାଲିଛି। Share on FacebookTweetFollow usSave Post Views: 504
Odisha ଦୁଇ ସରକାରୀ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର NTP Bureau Report 04/10/2019 0 ଭୁବନେଶ୍ୱର(ଏନଟିପି): ମହଙ୍ଗା ଛାଟ ରେ ବାଡେଇଲେ ରାଜ୍ୟସରକାର। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ଢେଙ୍କାନାଳରେ ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ- OTESରେ କାର୍ଯ୍ୟରତ RTO ବସନ୍ତ ବେହେରା […]
Odisha Political Tadka କିସରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କଲେ କିଟ,କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ NTP Bureau Report 17/04/2020 0 ଭୁବନେଶ୍ୱର(ଏନ ଟିପି) ଭୁବନେଶ୍ୱର କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ)ରେ ନିରାଡମ୍ବର ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା […]
Odisha Medical Gas Pipe Line (MGPL), installed at NTPC Talcher Kaniha NTP Bureau Report 02/07/2021 0 Angul(NewsTimePro): In line with the up-gradation and improvement in patient care facilities at NTPC Hospital-TSTPS, a Medical Gas Pipe Line (MGPL) has been installed for […]