ଦୁଇ ସରକାରୀ ବାବୁଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର Posted on 04/10/201904/10/2019 by NTP Bureau Report ଭୁବନେଶ୍ୱର(ଏନଟିପି): ମହଙ୍ଗା ଛାଟ ରେ ବାଡେଇଲେ ରାଜ୍ୟସରକାର। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ଢେଙ୍କାନାଳରେ ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ- OTESରେ କାର୍ଯ୍ୟରତ RTO ବସନ୍ତ ବେହେରା ଓ ଡେପୁଟୀ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ। ଏମାନଙ୍କ ନାଁରେ ଥିଲା ଭିଜିଲାନ୍ସ ମାମଲା। OTES RTO ବସନ୍ତ ପଣ୍ଡାଙ୍କ ନାଁରେ ରହିଛି ଦୁଇଟି ଭିଜିଲାନ୍ସ ମାମଲା। କୋଟିପତି ସରକାରୀ ଅଧିକାରୀ ବସନ୍ତ ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯାଗରେ ୨୦୧୮ ମସିହାରେ ତାଙ୍କ ଘରେ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ବସନ୍ତଙ୍କ ପାଖରୁ ମୋଟ୍ ୩ କୋଟି ୬୧ ଲକ୍ଷ ୧୯ ହଜାର ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱର ଓ କଟକରେ ଘର ଓ ପ୍ଲଟ ସହ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଥିଲା। ମର୍ସିଡେଜ୍ ବେଞ୍ଚ, ହୁଣ୍ଡାଇ I-10, ମହିନ୍ଦ୍ରା XUV, ଟୋୟୋଟା ଇନୋଭା ଭଳି ଲକଜୁରୀ ଗାଡ଼ି ବି ଜବତ ହୋଇଥିଲା। ନଗଦ ୩ ଲକ୍ଷ ୪୪ ହଜାର ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ବି ଜବତ ହୋଇଥିଲା। ସେହିପରି ଅବକାରୀ ଡେପୁଟୀ କମିଶନର ଦିଲ୍ଲୀପ କୁମାର ନାଗଙ୍କୁ ବି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ୨୦୧୨ରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଜବତ ହୋଇଥିଲା ୧ କୋଟି ୫୦ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ରେଡ୍ ବେଳେ ଦିଲ୍ଲୀପଙ୍କ ଘରୁ ୪୭ ଲକ୍ଷ ୫୦ ହଜାର ନଗଦ ଟଙ୍କା ମିଳିଥିଲା। ୨୦୧୨ ନଭେମ୍ବରରୁ ୨୦୧୫ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କୁ ଚାକିରିକୁ ନିଲମ୍ବିତ ବି କରିଥିଲେ ସରକାର। Share on FacebookTweetFollow usSave Post Views: 274
Odisha 106th Indian Economic Association Conference Begins at KIIT NTP Bureau Report 27/12/2023 0 Bhubaneswar, Dec 27: The 106th edition of the Indian Economic Association (IEA) Conference commenced with insightful remarks from distinguished speakers, shedding light on crucial economic […]
Odisha ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ସପ୍ତମ ବାର୍ଷିକ ଉତ୍ସବ NTP Bureau Report 24/12/2023 0 ଅନୁଗୋଳ(ଏନଟିପି): ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ଡ଼ଃ ପଦ୍ମଶ୍ରୀ ହଳଧର ନାଗ , ମୁଖ୍ୟ ବକ୍ତା ଡ଼ଃ […]
Odisha ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା,୪ ମୃତ ୫ ଗୁରୁତର NTP Bureau Report 24/12/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ବସ ସହ ବୋଲେରୋ ମୁହାଁ ମୁହିଁ ଧକ୍କା ୪ ମୃତ ୫ ଗୁରୁତର। ବୋଲେରୋକୁ ସୁଶୀଲ ନାମକ ଯାତ୍ରୀବାହୀ ବସ ଧକ୍କା […]