ବେକାରୀ ଯୁବକଙ୍କୁ ନିଯୁକ୍ତିଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଯୁବମୋର୍ଚା

ଅନୁଗୋଳ : ରାଜ୍ୟ ର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବେକାରୀ ଯୁବକ ମାନଙ୍କ ପାଇଁ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦାବି ରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି ଯୁବ ମୋର୍ଚ୍ଚା।ଅନୁଗୋଳ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ମାନେ ଅନୁଗୋଳ ଷ୍ଟାଡିୟମ ରୁ ଏକ ରାଲିରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ପ୍ରଶାନ୍ତ ନନ୍ଦ ଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବିମୋର୍ଚା ର ସଦସ୍ୟ ବିକ୍ଷୋଭ ରେ ସାମିଲ ହୋଇଥିଲେ।ରାଜ୍ୟରେ ନେତୃତ୍ୱାଧୀନ ବିଜେଡି ସରକାର ଅପରଗ,ସ୍ଥାଣୁ ସରକାର ବେକାରୀ ଯୁବକଙ୍କୁ କେବଳ ତୁଚ୍ଛା ପ୍ରତିଶୃତି ଦେଉଛି।ଏବେ ଜବାବ ମାଗିବାର ସମୟ ଆସିଛି ବୋଲି କହିଥିଲେ ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ପ୍ରଶାନ୍ତ ନନ୍ଦ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ମଧ୍ୟ ଦାହ କରାଯାଇଥିଲା।ବିକ୍ଷୋଭ କାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଧସେଇ ପଶିବା ସମୟରେ ପୋଲିସ ସହ ସାମାନ୍ୟ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହି ବିକ୍ଷୋଭ ରେ ବିଜେପିର ନେତା ଅଗସ୍ତି ବେହେରା,ମିଡ଼ିଆସେଲ ର ଅଧ୍ୟକ୍ଷ ସୋମନାଥ ରାଉତ,ଅମୀୟ ତ୍ରିପାଠୀ,ପର୍ଶୁରାମ ବାରିକ ଙ୍କ ସମେତ ବହୁ ନେତା ମଧ୍ୟ ସାମିଲ ହୋଇଥିଲେ। 

Follow by Email
WhatsApp