କିସରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କଲେ କିଟ,କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(ଏନ ଟିପି)

ଭୁବନେଶ୍ୱର କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ)ରେ ନିରାଡମ୍ବର ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ କିସ‌ ପରିସରରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ। ବିଜୁ ବାବୁଙ୍କ ଭଳି ରାଜନୈତିକ ବ୍ୟକ୍ତିତ୍ୱ ବିରଳ ଓ ଜନଜାତିଙ୍କ ପାଇଁ ତାଙ୍କର ସ୍ୱପ୍ନ କିସ୍‌ ରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରତିଷ୍ଠାତା ଡକ୍ଟର ସାମନ୍ତ କହିଥିଲେ।

ଶ୍ରୀ ସାମନ୍ତ କହିଥିଲେ ବିଜୁ ବାବୁ ଥିଲେ ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଜାତୀୟସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ ବିଶେଷଣରେ ଚିହ୍ନିତ ମଧ୍ୟ ଥିଲେ।ମହାପୁରୁଷମାନଙ୍କର ମୃତ୍ୟୁ ନାହିଁ, ସେମାନେ ମରିକି ବି ସଦା ଅମର। #ବିଜୁବାବୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ କେବଳ ଏକ ବ୍ୟକ୍ତି ନୁହଁନ୍ତି, ଏକ ଗରୀମାମୟ ଅନୁଷ୍ଠାନର ନାମ।ଆଧୁନିକ ଓଡ଼ିଶାର ବିଶ୍ଵକର୍ମା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ, କଳିଙ୍ଗ ବୀର ତଥା ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଆଙ୍କ ଆଦର୍ଶ ପୁରୁଷ ଜନନେତା #ଝଡରଇଗଲ ବିଜୁବାବୁଙ୍କ ୨୩ତମ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୋଟି ପ୍ରଣାମ ଜଣାଇଛନ୍ତି ଅଚ୍ୟୁତ ସାମନ୍ତ।

Follow by Email
WhatsApp