ସିକ୍ସର କିଙ୍ଗ ରୋହିତ… ଟେଷ୍ଟରେ ସର୍ବାଧିକ ଛକାର ରେକର୍ଡ

ଚଣ୍ଡିଗଡ଼, (ଏନଟିପି ବ୍ୟୁରୋ):

ବିଶାଖାପାଟଣାରେ ଖେଳା ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ରେ କ୍ରିକେଟ୍ ଦଳର ହିଟମ୍ୟାନ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଅନେକ ରେକର୍ଡ  କରିଛନ୍ତି। ରୋହିତ ଶର୍ମା ଦ୍ଵିତୀୟ ଇନିଂସରେ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଏହା ସହିତ ଗୋଟିଏ ଟେଷ୍ଟରେ ସବୁଠୁ ଅଧିକ ଛକା ମାରିବା ରେକର୍ଡ ଭାଙ୍ଗିଛନ୍ତି। ପ୍ରଥମ ଇନିଂସରେ ୧୭୬ ରନ କରିଥିବା ରୋହିତ ଦ୍ଵିତୀୟ ଇନିଂସରେ ୧୨୭ ରନ କରି ଷ୍ଟମ୍ପ ଆଉଟ୍ ହୋଇଛନ୍ତି। ରୋହିତ  ଏହି ମ୍ୟାଚରେ ମୋଟ୍ ୧୩ ଛକା ଲଗାଇଛନ୍ତି। ପ୍ରଥମ ଇନିଂସରେ ସେ ଛଅ ଏବଂ ଦ୍ଵିତୀୟ ଇନିଂସରେ ୭ ଛକା ମାରିଛନ୍ତି।

ଏହି ମ୍ୟାଚର ଦ୍ଵିତୀୟ ଇନିଂସରେ ରୋହିତ ଯେମିତି ନବମ ଛକା ମାରିବା ମାତ୍ରେ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହା ପରେ ସେ ଛକା ବର୍ଷା କରି ଦ୍ଵିତୀୟ ଇନିଂସରେ ୭ ଛକା ମାରିଛନ୍ତି। ଏହା ସହିତ ସେ ଗୋଟିଏ ଟେଷ୍ଟରେ ସର୍ବାଧିକ ଛକା ମାରିବା ରେକର୍ଡ ନିଜ ନାମରେ କରିଛନ୍ତି। 

ଗୋଟିଏ ମ୍ୟାଚରେ ୧୩ ଛକା ମାରିଥିବା ରୋହିତ ପାକିସ୍ତାନର ଓ୍ଵାସିମ ଆକ୍ରମଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆକ୍ରମ ୧୯୯୬ ଅକ୍ଟୋବରେ ଅପରାଜିତ ୨୫୭ ରନ ଇନିଂସରେ ୧୨ ଛକା ମାରିଥିଲେ। 

ସିଦ୍ଧୁ ଶ୍ରୀଲଙ୍କା ବିପକ୍ଷ ୧୯୯୪ ଜାନୁଆରୀରେ ଲକ୍ଷ୍ନୌରେ ଖେଳାଯାଇଥିବା ଟେଷ୍ଟରେ ଗୋଟିଏ ମ୍ୟାଚରେ ୮ ଛକା ମାରିଥିଲେ। ସେ ମ୍ୟାଚର ପ୍ରଥମ ଇନିଂସରେ ଏହି ରେକର୍ଡ କରିଥିଲେ। ଏହି ମ୍ୟାଚର ଦ୍ଵିତୀୟ ଇନିଂସରେ ଭାରତକୁ ବ୍ୟାଟିଂ କରିବାର ଆବଶ୍ୟକ ପଡ଼ିନଥିଲା। ସିନ୍ଧୁ ୨୨୩ ବଲରୁ ୯ ଚୌକା ଓ ୮ ଛକା ଜରିଆରେ  ୧୨୪ ରନ କରିଥିଲେ। ଭାରତ ଏହି ମ୍ୟାଚକୁ ଇନିଂସ ଓ ୧୧୯ ରନରେ ଜିତିଥିଲା। 

ସେହି ପରି ରୋହିତ ଶର୍ମା ୨୦୧୩ ନଭେମ୍ବର ୯ରେ  ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା  ଦିନିକିଆରେ ୧୬ ଛକା ମାରିଥିଲେ। ଏହି ମ୍ୟାଚରେ ସେ ୨୦୯ ରନ କରିଥିଲେ। ରୋହିତ ଟି-୨୦ରେ ମଧ୍ୟ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିଥିବା ଖେଳାଳି ଅଟନ୍ତି। ସେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୦୧୭ ଡିସେମ୍ବରରେ ଇନ୍ଦୋରରେ ଖେଳାଯାଇଥିବା  ଟି-୨୦ରେ  ୧୧୮ ରନର ଇନିଂସରେ ୧୦ ଛକା ମାରିଥିଲେ।

Follow by Email
WhatsApp