ରୋହିତ ଓ ରାହୁଲଙ୍କ ଶତକ, ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ମାତ୍ ଦେଇ ବିଜୟ ବାନା ଉଡାଇଲେ ବିରାଟ ବାହିନୀ

ଲିଡ୍ସ (ଏନ ଟି ପି ) :

ଲଣ୍ଡନ ର ଲିଡ୍ସ ମାଟିରେ ଶ୍ରୀଲଙ୍କାକୁ ଧରାସାୟୀ କରି ଭାରତ ଟିମ ତାର ବିଜୟ ବନା ଉଡାଇଛି।ରେକର୍ଡ଼ କଲେ ରୋହିତ ଶର୍ମା। ବିଶ୍ୱ କପ୍‌ରେ ଷଷ୍ଠ ଶତକ କରି ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହେଲେ । ରୋହିତ ଏବଂ କେ.ଏଲ୍‌ ରାହୁଲଙ୍କ ଶତକ ବଳରେ ଆଜି ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତ ୧୫ ପଏଣ୍ଟ ଲାଭ କରି ଲିଗ୍‌ ପର୍ଯ୍ୟାୟ ଶେଷ କରିଛି । ତେବେ ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଉପରେ ନିର୍ଭର କରୁଛି ଭାରତ ପଏଣ୍ଟ ତାଲିକାର ଏକ ନମ୍ବରକୁ ଆସିବ ନା ଦୁଇ ନମ୍ବରରେ ରହିବ । ଏହା ପରେ ସ୍ପଷ୍ଟ ହେବ ଭାରତ ଓ ଅଷ୍ଟ୍ରେଲିଆ କାହା ସହିତ ସେମିଫାଇନାଲ୍‌ରେ ଖେଳିବେ ।ଅନୁମାନ କରାଯାଉଛି ଇଣ୍ଡିଆ ନିୟୁଜଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ହୋଇପାରେ।

ପ୍ରଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପରେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଚଳିତ ବିଶ୍ଵ କପରେ ପଞ୍ଚମ ଶତକ ଏବଂ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ବଳରେ ଭାରତ ଏଠାରେ ଖେଳାଯାଇଥିବା ବିଶ୍ଵକପ ୨୦୧୯ର ନିଜର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଭାରତ ବିଜୟ ସହିତ ସେମି ପୂର୍ବରୁ ନିଜର ମନୋବଳ ଦୃଢ କରିଛି। ଏହି ବିଜୟ ସହ ଭାରତ ୯ଟି ମ୍ୟାଚରୁ ୭ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହିତ ମୋଟ୍ ୧୫ ପଏଣ୍ଟ ପାଇଛି। ଯଦି ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠୁ ହାରିଯାଏ ତେବେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ ଏବଂ ସେମି ଫାଇନାଲରେ ତାଲିକାର ଚତୁର୍ଥରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। କାରଣ ଅଷ୍ଟ୍ରେଲିଆର ୭ ବିଜୟ ଓ ୨ ପରାଜୟ ପରେ ୧୪ ପଏଣ୍ଟରେ ରହିବ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ୧୧୩ ଏବଂ ଲାହିରୁ ଥିରିମାନେଙ୍କ ୫୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୨୬୪ ରନ କରିଥିଲା। ଜବାବରେ ଭାରତ ରୋହିତଙ୍କ ୧୦୩ ରନ ଏବଂ ଲୋକେଶ ରାହୁଲଙ୍କ ଅପରାଜିତ ୧୧୦ ରନ ବଳରେ ୪୩.୩ ଓଭରରେ ୨୬୫ ରନର ବିଜୟ ଲକ୍ଷ୍ୟ ହାସଲ କରିଛି। ଶ୍ରୀଲଙ୍କାର ବୋଲର ପ୍ରଭାବହୀନ ରହିଥିଲେ।

ରୋହିତ ଶର୍ମାଙ୍କ ରେକର୍ଡ ତାଲିକା :

ରୋହିତ ଶର୍ମା ୧୪ ଚୌକା ଓ ୨ ଛକା ମାରି ଚଳିତ ବିଶ୍ୱକପ୍‌ରେ ତାଙ୍କର ପଞ୍ଚମ ତଥା ମୋଟ୍‌ ଉପରେ ଷଷ୍ଠ ଶତକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ମୋଟ୍‌ ୬ଟି ବିଶ୍ୱ କପ୍‌ ଖେଳିଥିବା ସଚିନ୍‌ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ । ସଚିନ୍‌ ୪୪ଟି ଇନିଂସ୍‌ ଖେଳି ୬ଟି ଶତକ କିଥିବା ବେଳେ ରୋହିତ ମାତ୍ର ୧୬ଟି ଇନିଂସ୍‌ରେ ଏହି ସଫଳତା ଲାଭ କରିଛନ୍ତି । ତେବେ ଆଜିର ଶତକ ପରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ସାଙ୍ଗାକାର ଗୋଟିଏ ବିଶ୍ୱ କପ୍‌ରେ ସର୍ବାଧିକ ୪ଟି ଶତକ ହାସଲ କରିଥିଲେ ରୋହିତ ଶର୍ମା ୮ଟି ଇନିଂସ୍‌ ଖେଳି ୫ଟି ଶତକ ସହ ମୋଟ୍‌ ୬୪୭ ରନ୍‌ ସ୍କୋର କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ସେ ଶୀର୍ଷରେ ଅଛନ୍ତି । ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ଼ ତେନ୍ଦୁଲକରଙ୍କ ନାଁରେ ରହିଛି । ସେ ୨୦୦୩ ବିଶ୍ୱକପ୍‌ରେ ସର୍ବାଧିକ ୬୭୩ ରନ୍‌ ସଂଗ୍ରହ କରିଥିଲେ । ଯାହାକୁ ଭାଙ୍ଗିବାର ସୁଯୋଗ ରହିଛି ରୋହିତଙ୍କ ପାଖରେ । ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ ସର୍ବାଧିକ ଚୌକା ମଧ୍ୟ ମାରିଛନ୍ତି । ୮ଟି ପାଳିରେ ୬୭ଟି ଚୌକା ମାରିଛନ୍ତି ଏହି ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ । ଆଜି ରୋହିତ ତାଙ୍କ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟର୍‌ର ୨୭ତମ ଶତକ କରିଛନ୍ତି ।
ଆହୁରି ମଧ୍ୟ ରୋହିତ ଓ ରାହୁଲ ପୁଣି ଥରେ ଓପନିଂ ଯୋଡ଼ିରେ ଶହେରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ସେମାନେ ନିଜେ କରିଥିବା ପୂର୍ବର ୧୮୦ ରନ୍‌ ଭାଗିଦାରୀ ରେକର୍ଡ଼କୁ ଭାଙ୍ଗି ଆଜି ୧୮୯ ରନ୍‌ ସଂଗ୍ରହ କରିଛନ୍ତି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ତିନୋଟି ସଫଳତା ପାଇ ଶ୍ରୀଲଙ୍କାକୁ ୨୬୪ ରନରେ ସୀମିତ ରଖିଥିଲେ। ଚଳିତ ବିଶ୍ଵକପରେ କ୍ରମାଗତ ତୃତୀୟ ତଥା ପଞ୍ଚମ ଶତକ ହାସଲ କରିଥିବା ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

Follow by Email
WhatsApp