ୟୁଏଇରେ ହେବ ଆଇପିଏଲର ୧୩ ତମ ସଂସ୍କରଣ ! Posted on 18/07/202018/07/2022 by Smrutilipi ନୂଆଦିଲ୍ଲୀ,( ଏନଟିପି ବ୍ୟୁରୋ): ଚଳିତ ବର୍ଷ ଆଇପିଏଲର ୧୩ ତମ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ ରେ ଆୟୋଜିତ ହେବାର ସମ୍ଭାବନା ରହିଛି । ଏ ନେଇ ଭାରତୀୟ କ୍ରିକେଟରମାନେ ୟୁଏଇରେ ଟ୍ରେନିଂ କରିବେ ବୋଲି ପିଟିଆଇ ପକ୍ଷରୁ ସୂଚନା ମିଳିଛି । ତେବେ ୟୁଏଇକୁ ଛାଡିଲେ ବିକଳ୍ପ ଭାବରେ ଧର୍ମଶାଳା କିମ୍ବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ ରଖିଛି ବିସିସିଆଇ ।ଭାରତରେ ଲକଡାଉନ ଅନେକ ସ୍ଥାନରେ ଉଠାଯାଇଛି । କ୍ରିକେଟରମାନେ ଧୀରେ ଧୀରେ ନିଜ ଟ୍ରେନିଂ ପଡ଼ିଆକୁ ଫେରି ଆଗାମୀ କ୍ରିକେଟ୍ କାର୍ଯ୍ୟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ବିସିସିଆଇ ପକ୍ଷରୁ କୌଣସି ଶିବିର ଆୟୋଜିତ ହୋଇନଥିବାରୁ ଭାରତୀୟ କ୍ରିକେଟରମାନେ ବ୍ୟକ୍ତିଗତ ଭାବେ ତାଲିମ ନେଉଛନ୍ତି । ପିଟିଆଇର ରିପୋର୍ଟରେ ଦର୍ଶାଯାଇଛି ଯେ କ୍ରିକେଟର ମାନେ ପଡିଆକୁ ଫେରିବା ପାଇଁ ବିସିସିଆଇ ସଂଯୁକ୍ତ ଆରବ ଏମିରେଟ୍ସକୁ ଏକ ବିକଳ୍ପ ଭାବରେ ଦେଖୁଛି । ପୂର୍ବରୁ୨୦୧୪ ମସିହାରେ ଭାରତୀୟ ସାଧାରଣ ନିର୍ବାଚନ ହେତୁ ଆଇପିଏଲର କିଛି ମ୍ୟାଚ ୟୁଏଇ ଠାରେ ମଧ୍ୟ ଖେଳାଯାଇଥିଲା । “ଯଦି ୟୁଏଇରେ ଆଇପିଏଲ୍ ଅନୁଷ୍ଠିତ ହୁଏ, ତା’ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସେଠାରେ ଭାରତୀୟ କ୍ରିକେଟରମାନେ ଟ୍ରେନିଂ ନେବେ । ସେଠାରେ ଭଲ ଭିତ୍ତିଭୂମି ମଧ୍ୟ ଭଲ ରହିଛି । ବର୍ତ୍ତମାନ ପରିସ୍ଥିତିରେ ଭାରତ ଠାରୁ ୟୁଏଇ ଅଧିକ ସୁରକ୍ଷିତ ବୋଲି ଭାରତୀୟ କ୍ରିକେଟ ବୋର୍ଡର ଜଣେ ଅଧିକାରୀ କହିଛନ୍ତି । Share on FacebookTweetFollow usSave Post Views: 530
Odisha Sports Hockey World Cup Trophy Receives Thunderous Welcome at KIIT Smrutilipi 27/12/2022 0 Bhubaneswar, Dec 27: The KIIT campus on Christmas Evening reverberated with Chak De! Chant and Bharat Mata Ki Jai as the prestigious trophy for the FIH […]
Sports ଭଲିବଲ ହୋମ ଟୁର୍ଣ୍ଣାମେଣ୍ଟ ଉଦଯାପିତ NTP Bureau Report 03/03/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ଷ୍ଟାଡିୟମ ଠାରେ ଭଲିବଲ ହୋମ ଆୟୋଜନରେ ରାଜ୍ୟସ୍ତରୀୟ ୨୬ ତମଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଯାଇଛି।ଗତ ୧ ତାରିଖରେ ଏହି ଭଳିବଲ ଓପନ ଟୁର୍ଣ୍ଣାମେଣ୍ଟ ର ଅନୁଗୋଳ ଜିଲ୍ଲାପାଳ ଉଦ୍ ଘାଟନ […]
Sports ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ହେଲା ନୂଆ ବିଶ୍ୱ ଚାମ୍ପିୟନ NTP Bureau Report 14/07/2019 0 ଇଂଲଣ୍ଡ (ଏନ ଟି ପି ): ଦୀର୍ଘ ୧୯ ବର୍ଷ ପରେ କ୍ରିକେଟ୍ ଜଗତକୁ ମିଳିଲା ନୂତନ ବିଶ୍ଵ ଚମ୍ପିଆନ। କ୍ରିକେଟର ଜନକ କୁହାଯାଉଥିବା ଇଂଲଣ୍ଡ ପ୍ରଥମ ଥର ବିଶ୍ଵକପ ଜିତିବାରେ ହୋଇଛି ସଫଳ। […]