ଟାଇକୋଣ୍ଡୋ ରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଗୋଟିଏ ପରିବାର Posted on 10/01/202010/01/2020 by NTP Bureau Report ଅନୁଗୋଳ(ଏନଟିପି): ଟାଇକୋଣ୍ଡୋ ପ୍ରତି ଯୋଗୀତାରେ ଗୋଟିଏ ପରିବାରକୁ ସଫଳତା।ଅନୁଗୋଳ ଜିଲ୍ଲା ଏସ ଏମ ଏସ ଏକାଡେମୀର ୨୯ ଜଣ ପ୍ରତିଯୋଗୀ ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ରେ ଭାଗ ନେଇ ମୋଟ ୨୬ ଟି ପଦକ ହାସଲ କରିବା ସହ ଚମ୍ପିୟାନ ହୋଇ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଭାରତୀୟ ଟାଇକୋଣ୍ଡୋ ୟୁନିୟନ ସହଭାଗିତା କ୍ରମେ ଓଡିଶା ଟାଇକୋଣ୍ଡୋ ୟୁନିୟନ ଆନୁକୂଲ୍ୟରେ ରାଉରକେଲା ଠାରେ ଥିବା ଗୁରୁନାନକ ପବ୍ଲିକ ସ୍କୁଲ ଠାରେ ୨ ଦିନ ଧରି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇଥିଲା।ଅନୁଗୋଳ ଜିଲ୍ଲା ଟାଇକୋଣ୍ଡୋ ଆସୋସିଏସନ ଜିଲ୍ଲା ସମ୍ପାଦକ ଅନୀଲ ରାଉଳ ଓ କୋଚ ସରୋଜ ନାଏକ ଙ୍କ ନେତୃତ୍ୱରେ ଏସ ଏମ ଏସ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବ୍ରାହ୍ମଣୀ ବିଲ ହାଇସ୍କୁଲ ଅଖିଳ ପ୍ରଧାନଙ୍କ ଝିଅ ଶ୍ରୀଦେବୀ ପ୍ରଧାନ ଙ୍କୁ ବ୍ଲାକ ବେଲ୍ଟ,ବଡନାତି ପରେଶଙ୍କୁ ଫାଇଟ ରେ ଗୋଲଡ଼ ମେଡାଲ ଓ କୁମୁସେ ରେ ସିଲଭର ମେଡାଲ,ସାନ ନାତି ଅମରେଶ ଙ୍କୁ ଫାଇଟ୍ ରେ ବ୍ରୋଞ୍ଜ ମେଡାଲ ଓ ନାତୁଣୀ ଗୁନ ପ୍ରୀତ ଙ୍କୁ ଫାଇଟ୍ ରେ ଗୋଲଡ଼ ମେଡାଲ ରେ ସଫଳତା ମିକିଛି।ଅନୁଗୋଳ ଜିଲ୍ଲା ଟାଇକୋଣ୍ଡୋ ଖେଳ ପାଇଁ ସମସ୍ତେ ପ୍ରଶଂସା ର ପାତ୍ର ପାଲଟିଛନ୍ତି Share on FacebookTweetFollow usSave Post Views: 421
Sports ଦୁଇ ମାସ ଖେଳିବେନି ଧୋନୀ… NTP Bureau Report 20/07/2019 0 ନୂଆଦିଲ୍ଲୀ,(ଏନଟିପି ବ୍ୟୁରୋ): ଭାରତୀୟ କ୍ରିକେଟ ଟିମର ୱିକେଟକିପର ତଥା ବ୍ୟାଟସମ୍ୟାନ ମହେନ୍ଦ୍ର ସିଂ ଧୋନୀ ନିଜର ଅବସର ଏବଂ ୱେଷ୍ଟଇଣ୍ଡିଜ ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି । ୩୮ ବର୍ଷିୟ ଧୋନୀ ଆଗାମୀ ୨ମାସ […]
Sports Priyanka Priyadarshini bags Silver Medal in 66th Odisha State Athletic Meet NTP Bureau Report 31/12/2018 0 NTP : BHUBANESWAR : Miss Priyanka Priyadarshini Sahoo bagged Silver Medal in Long Jump Championship under 14 Girls category during 66th Odisha State Athletic Meet […]
Odisha Sports ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା NTP Bureau Report 22/09/2024 0 ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସ ଓ ପରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍ ପରିସରରେ […]