ହୋଣ୍ଡା ସିଲକ କଥା ଆଜି ବି ମନେ ପଡେ ,ସାଂସଦ ନିଜ ଅନୁଭୂତି କଥା ଟ୍ୱିଟର ରେ କଲେ ପ୍ରକାଶ

ଭୁବନେଶ୍ୱର:(ଏନଟିପି):

କନ୍ଧମାଳ ସାଂସଦ ତଥା କିଟ ,କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କର ନିଜର ପୁରୁଣା ବାଇକ ସହ କଣ ଥିଲା କାହାଣୀ ?ଏହାକୁ ନେଇ ନିଜର ଏକ ପୁରୁଣା ସ୍ମୃତିକୁ ଟ୍ୱିଟରରେ ସେୟାର କରିଛନ୍ତି | ଶ୍ରୀ ସାମନ୍ତ ନିଜ ସାଙ୍ଗଙ୍କର ଏକ ଦାମୀ ବାଇକରେ ବସିଥିବାର ଫଟୋ ସହ ଅଚ୍ୟୁତ ଲେଖିଛନ୍ତି ଯେ ଏହି ବାଇକଟି ତାଙ୍କଠାରୁ ବଡ଼ ଓ ଓଜନିଆ | ଏଭଳି ବାଇକ କିଣୁଥିବା ତାଙ୍କର ଜଣେ  ବନ୍ଧୁଙ୍କ ଅନୁରୋଧରେ ସେ ଏହାକୁ ଚଳାଉଛନ୍ତି। କିନ୍ତୁ ଦିନେ ଏମିତି ସମୟ ଥିଲା ଯେତେବେଳେ କି ସେ ପ୍ରତିଦିନ ୫୦ କିଲୋମିଟର ଯିବାଆସିବା କରୁଥିଲେ | ସେତେବେଳେ ତାଙ୍କ ସାଥି ପାଲଟିଥିଲା ହିରୋହୋଣ୍ଡା ସିଲ୍କ ବାଇକ୍। କିଟ ବିଶ୍ୱବିଦ୍ୟାଳୟ ଓ କିସ ସ୍ଥାପନ କରିବା ପାଇଁ ପ୍ରତିଦିନ ବାଇକରେ ୫୦ କିଲୋମିଟର ଯାତ୍ରା କରୁଥିଲେ |ସେତେବେଳଠୁ ହୋଣ୍ଡା ସିଲକ ହିଁ ତାଙ୍କର ସାଥି ପାଲଟିଥିଲା।
ହୋଣ୍ଡା ସିଲକ
ସାଂସଦ ଅଚ୍ୟୁତ ସାମନ୍ତ ଚଳାଉଥିବା ଏହି ବାଇକଟି ହୋଣ୍ଡା କମ୍ପାନିର ହୋଇଥିବାବେଳେ ଏହାର ନାମ ହେଉଛି ଗୋଲଡ ବିଙ୍ଗ | ଏହି ବାଇକରେ ୧୮୩୩ ସିସିର ଇଂଜିନ ଥିବାବେଳେ ୧ ଲିଟର ପେଟ୍ରୋଲରେ ଏହା ୧୪ କିଲୋମିଟର ଯାଏଁ ଯାତ୍ରା କରିଥାଏ | ଗୋଲଡ ବିଙ୍ଗର ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବାବେଳେ ୧୯୭୫ ମସିହାରେ ଏହି ଗାଡିକୁ ଲଞ୍ଚ କରାଯାଇଥିଲା | ତେବେ କେବଳ କ୍ୟାଣ୍ଡି ରେଡ ରଙ୍ଗରେ ଏହି ଗାଡିଟି ଉପଲବ୍ଧ ହୋଇଥାଏ |ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଶ୍ରୀ ସାମନ୍ତ ନିଜ ଅନୁଭୂତି ଲେଖିଛନ୍ତି👇👇👇

Follow by Email
WhatsApp