ରାଜ୍ୟ ବାହାରେ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ବହୁ ପ୍ରଚେଷ୍ଟା ପରେ ସରକାରୀ ଓ ବ୍ୟକ୍ତିଗତ ସହାୟତାର ହାତ ବଢାଇଲେ ଯୁବ ସମାଜସେବୀ

ଅନୁଗୋଳ(ଏନଟିପି):

କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସ କରିଛି।ଗୋଟିଏ ପରେ ଗୋଟିଏ ଦେଶରେ କରୋନା ତାର କାୟା ବିସ୍ତାର କରୁଛି।କରୋନା ସହ ଲଢ଼ିବା ।ସଚେତନତା ଓ ସତର୍କତା ଅବଲମ୍ବନ କଲେ କରୋନା ସହ ଲଢେଇ କରିହେବ।
ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କୁ ବହୁ ପ୍ରଚେଷ୍ଟା ପରେ ସରକାରୀ ଓ ବ୍ୟକ୍ତିଗତ ସହାୟତା ଯୋଗାଇବାରେ ସଫଳ ହେଲେ ଯୁବ ସମାଜସେବୀ। ଭିଡିଓ ମାଧ୍ୟମରେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ଶ୍ରମିକ।

କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁଁ ରାଜ୍ୟ ବାହାରେ ଅଟକି ରହିଛନ୍ତି ହଜାର ହଜାର ଶ୍ରମିକ ଭାଇ, ଯେଉଁମାନେ କି ଦିନେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇ ସେଠାରେ ଥିବା କମ୍ପାନୀ ଗୁଡିକରେ ବର୍ଷ ବର୍ଷ ଧରି କାମ କରି ଆସୁଛନ୍ତି। ଲକଡାଉନ ପରେ  କମ୍ପାନୀ ବନ୍ଦ ଯୋଗୁଁ , ଏହି ଶ୍ରମିକ ଭାଇମାନେ କିଛି କାମ ନ ପାଇ ଭୋକ ଉପାସରେ ପଡି ବହୁତ ଖରାପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି।

ଏହି କିଛି ଦିନ ତଳେ, ଏପରି ଏକ ଦୁଃଖଦାୟକ ଭିଡିଓ ହ୍ଵାଟ୍ସଆପ ଓ ଫେସବୁକରେ ଘୁରି ବୁଲୁଥିଲା, ଯେଉଁଥିରେ କି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଓ କିଶୋର ନଗର ବ୍ଲକର କଦଳୀ ମୁଣ୍ଡା, ଜଇରାଟ, ଟୁସର ଆଦି ପଞ୍ଚାୟତର ପ୍ରାୟ ୨୦ଜଣରୁ ଉର୍ଦ୍ଧ ଓଡ଼ିଆ ଶ୍ରମିକ ଭାଇମାନେ ଖାଦ୍ୟ, ପାନୀୟ ଏବଂ ଅତ୍ୟାବଶ୍ୟକ ଜିନିଷ ଅଭାବରେ ଗୋଟିଏ ଜାଗାରେ ପଡିରହିଥିବା ନେଇ, କିଛି ସାହାଯ୍ୟ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହି ଭିଡିଓ ମାଧ୍ୟମରେ ଅନୁରୋଧ କରୁଥିଲେ।

ଅନୁଗୁଳ ଜିଲ୍ଲାର ଯୁବ ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ ଏହି ଭିଡିଓଟିକୁ ଦେଖିବା ପରେ ସେମାନଙ୍କୁ ଯୋଗାଯୋଗ କରି ତାଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିବା ସହ, ସଙ୍ଗେ ସଙ୍ଗେ ସେମାନଙ୍କ ଆକାଉଣ୍ଟକୁ ୧୦୦୦୦/- ଟଙ୍କା ପଠାଇ ଥିଲେ। ଏଥି ସହିତ ସେମାନଙ୍କୁ ଉଦ୍ଧାର ଓ ସେମାନଙ୍କ ପାଖରେ କିପରି ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପହଞ୍ଚି ପାରିବ ସେଥିପାଇଁ ସେ ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେ ପୂର୍ବତନ ପୂର୍ତ୍ତ ସଚିବ ଓ ଓଡିଶା ମୋ ପରିବାରର ସହ-ଆବାହକ ନଳିନୀକାନ୍ତ ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ସମ୍ବଲପୁର ସାସଂଦ ନୀତେଶ ଗଙ୍ଗଦେବ ଏବଂ ଅନ୍ୟ ନେତା ମନ୍ତ୍ରୀ ପ୍ରଶାସକ ଓ ଜିଲ୍ଲା ପ୍ରଶାସନଙ୍କୁ ଟ୍ୱିଟ, ହ୍ୱାଟ୍ସଅପ ଓ ଫୋନକଲ୍ ମାଧ୍ୟମରେ ଅବଗତ କରାଇବା ସହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଟ୍ୱିଟ ଯୋଗେ ଏହି ବିଷୟ ଜଣାଇଥିଲେ। 
ଏହା ପରେ ପୂର୍ବତନ ପୂର୍ତ୍ତସଚିବ ଏବଂ ଓଡିଶା ମୋ ପରିବାରର ସହ-ଆବାହକ ନଳିନୀକାନ୍ତ ପ୍ରଧାନ ଏ ସଂକ୍ରାନ୍ତରେ ମହାରାଷ୍ଟ୍ର ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଏବଂ ଓଡିଶା ମୋ ପରିବାରର ଆବାହକ ଅରୁପ୍ ପଟ୍ଟନାୟକଙ୍କୁ ଅବଗତ କରାଇଲେ। ଶ୍ରୀଯୁକ୍ତ ପଟ୍ଟନାୟକ ପୂର୍ବରୁ ସେଠାରେ ୩ବର୍ଷ ଏସ୍.ପି. ଭାବେ କାର୍ଯ୍ୟ କରିଥିଲେ, ତେଣୁ ସେ ଏହି ସମସ୍ୟାକୁ ଅନୁଧ୍ୟାନ କରି ମହାରାଷ୍ଟ୍ର ଜଲଗାଓଁର ଜଲ୍ଲାପାଳ, ଏସ୍.ପି. ଏବଂ କିଛି ଶିଳ୍ପପତିଙ୍କ ସହ ଯୋଗାଯୋଗ କରି ଶ୍ରମିକ ଭାଇମାନଙ୍କ ଖାଦ୍ୟ, ପାନୀୟ ଓ ସମସ୍ତ ଅତ୍ୟାବଶ୍ୟକ ବ୍ୟବସ୍ଥା କରିଛନ୍ତି। ଯୁବ ସମାଜସେବୀ ଶ୍ରୀ ପ୍ରଧାନ ସେମାନଙ୍କ ସହିତ ପ୍ରତ୍ୟେକ ଦିନ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ସେମାନଙ୍କର ସୁବିଧା ଅସୁବିଧା କଥା ବୁଝୁଛନ୍ତି ଏବଂ ତାଙ୍କର କିଛି ମହାରାଷ୍ଟ୍ରର ବ୍ୟବସାୟୀ ବନ୍ଧୁ ଚାଉଳ, ଗହମ, ଡାଲି ଆଦି ଅତି ଆବଶ୍ୟକ ଜିନିଷ ମଧ୍ୟ ଯୋଗାଇ ଦେଇଛନ୍ତି। ଏହିପରି ସାହାଯ୍ୟପାଇ ଶ୍ରମିକ ଭାଇ ଏବଂ ତାଙ୍କ ପୁରା ପରିବାର ଆଉ ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି।

ଏହି ଭୟଙ୍କର ମହାମାରୀ ସମୟରେ ଶଶାଙ୍କ ଭାଇ ଏବଂ ନଳିନୀ ଭାଇଙ୍କ ପରି କରୋନା ଯୋଦ୍ଧାଙ୍କ ଏହି ସାହାଯ୍ୟ ସତରେ ଅତୁଳନୀୟ। ଏହି ଦୁଇ ସହୃଦୟ ବ୍ୟକ୍ତିଙ୍କୁ ତାଙ୍କର ଏହି ବଦାନ୍ୟ ସାହାଯ୍ୟ ପାଇଁ ଆମ ନିୟୁଜ୍ ପରିବାର ତରଫରୁ ଅନେକ ଅନେକ ସାଧୁବାଦ।

Follow by Email
WhatsApp