କରୋନାକୁ କାବୁ କରିବାକୁ “ଜନତା କର୍ଫ୍ୟୁ” କନ୍ଧମାଳରେ ସମ୍ପୂର୍ଣ୍ଣ ସଫଳ

କନ୍ଧମାଳ(ଏନଟିପି):

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ ଦେଶବ୍ୟାପି ଜନସାଧାରଣ ଜନତା କର୍ଫ୍ୟୁ ପାଳନ କରୁଛନ୍ତି । ନିଜେ ନିଜକୁ ଘର ଭିତରେ ବନ୍ଦୀ କରିଛନ୍ତି ।ଏହି ପରିପ୍ରକ୍ଷିରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ଦୋକାନ ବଜାର,ଗାଡି ମୋଟର ସବୁ ବନ୍ଦ ରହିଛି । ସକାଳ ୭ଟାରୁ ଏହି ଜନତା କର୍ଫ୍ୟୁ ଆରମ୍ଭ ହୋଇଛି । ରାତି ୯ଟା ଯାଏଁ ଚାଲିଥିଲା । ଏହି ୧୪ ଘଣ୍ଟା  ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ତେବେ ବାଲିଗୁଡାବାସୀ ଜନତା କର୍ଫ୍ୟୁକୁ ଅଭୁତପୂର୍ବ ସମର୍ଥନ ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ବିଭିନ୍ନ ସ୍ଥାନରେ ବ୍ୟାନର ଓ ହୋର୍ଡି˚ ଲଗାଯାଇ ସଚେତନ କରାଯିବା ସହିତ ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀ, କର୍ମଚାରୀ ଓ ବାହାରୁ ଆସୁଥିବା ଲୋକଙ୍କ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ତେଜରାତି ଦୋକାନରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ୍ ଅଛି। ତେଣୁ ଅଯଥା ଆତଙ୍କିତ ହୋଇ କିଣାକିଣି ନ କରିବାକୁ ସ୍ଥାନୀୟ ବଣିକ ସଂଘ  ପକ୍ଷରୁ ପରାମର୍ଶ ଦିଆଯାଉଛି
ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ହାତଗଣତି ରୋଗୀ ଚିକିତ୍ସା ପାଇଁ ଆସିଥିବା ବିଷୟ ମେଡିକାଲ ପକ୍ଷରୁ କୁହାଯାଇଛି l  ସେହିପରି ବାଲିଗୁଡା ଠାରୁ ଫୁଲବାଣୀ, ଭଞ୍ଜନଗର,ବ୍ରହ୍ମପୁର, ଭୁବନେଶ୍ୱର ଭଳି ଆଦି ଅଞ୍ଚଳକୁ ଯାତ୍ରୀବାହି ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାତ୍ରୀବାହୀ ଅଟୋ ରିକ୍ସା ସହ ଅନ୍ୟ ଟ୍ୟାକ୍ସି ବନ୍ଦ ରହିଛି । ବାଲିଗୁଡା ପୋଲିସ ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ତତ୍ଵାଵଧାନରେ ପାଟ୍ରୋଲିଂକୁ କଡାକଡି କରାଯାଇଛି। କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି କରୋନା ଭୂତାଣୁ ସଂକ୍ରମଣ ନହେବା ପାଇଁ ତାକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରୀ ରଖି ଛନ୍ତି l  ସେହିପରି ଜନଗହଳି ନହେବା ସହ ୧୪୪ ଧାରାକୁ କଡ଼ାକଡ଼ି କରିବା ପାଇଁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ବିଭିନ୍ନ ଅଞ୍ଚଳରେ ପହଞ୍ଚି ଜନଗହଳିକୁ ପ୍ରତିହତ କରିଛନ୍ତି । କରୋନା ସଂକ୍ରମଣ ନ ହେବ ସେଥି ପାଇଁ ଧିରେ ଧିରେ ଲୋକେ ସଚେତନ ହେବା ସହ ଜିଲା ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରୁଥିବା ଦେଖିବାକୁ ମିଳୁଛି l
Follow by Email
WhatsApp