କେତେ ରହିଛି ସୁନା ଓ ରୁପାର ଦର

ନୂଆଦିଲୀ(ଏନଟିପି):

ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା ମଧ୍ୟରେ ଟ୍ରେଡ ବାର ହେବା କାରଣରୁ ନିବେଶକ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନାର ଦର ବଢ଼ାଉଛନ୍ତି ଯାହାଦ୍ବାରା ଭାରତୀୟ ନିବେଶକଙ୍କର ସୁନା ପ୍ରତି ଆକର୍ଷଣ ବଢ଼ିବ।ଏଥିସହିତ ରୂପା ମଧ୍ୟ ୧୧୫୦ ଟଙ୍କା ବଢ଼ି ୪୩,୦୦୦ ଟଙ୍କା ପ୍ରତି କିଲୋ ରହିଛି। ସୁନାର ଅନ୍ତରାଷ୍ଟ୍ରୀୟ ଦାମ ୧,୫୦୩.୩୦ ଡଲାର ପ୍ରତି ଆଉନ୍ସ ରହିଛି।

ଗତ କିଛିଦିନ ହେବ ସୁନାର ଦର ପର୍ଯ୍ୟାପ୍ତ ଭାବରେ ବ୍ରୁଦ୍ଧି ପାଉଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୋମବାର ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ସୁନା ୫୦-୫୦ ଟଙ୍କା ବୃଦ୍ଧି ସହିତ କ୍ରମଶଃ ୩୮,୪୭୦ ଟଙ୍କା ଏବଂ ୩୮,୩୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ସ୍ଥିର ରହିଛି।ଶନିବାର ସୁନା ଦର ୯୦ ଟଙ୍କା ବୃଦ୍ଧି ସହିତ ୩୮,୪୨୦ ପ୍ରତି ୧୦ ଗ୍ରାମ ହୋଇଯାଇଥିବାବେଳେ ରୂପାର ଦର ୧୪୦ ଟଙ୍କା ବୃଦ୍ଧି ସହିତ ୪୪,୧୫୦ ପ୍ରତି କିଲୋ ଥିଲା

Follow by Email
WhatsApp