ମୋଟର ଚାଳକଙ୍କୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ Posted on 10/04/202010/04/2020 by NTP Bureau Report କନ୍ଧମାଳ(ଏନ ଟି ପି): କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍ଡାଉନ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ଗାଡ଼ି ଚଳାଚଳ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ମୋଟର ଚାଳକମାନେ ବେରୋଜଗର ହୋଇ ଘରେ ବସିରହିଛନ୍ତି। ଏଭଳି ସଙ୍କଟମୟ ପରିସ୍ଥିତିରେ ସହାୟତା ଦାବି କରିଛି ମୋଟର ଚାଳକ ସଂଘ । ଶୁକ୍ରବାର ରାଇକିଆ ମୋଟର ଚାଳକ ସଂଘର କର୍ମକର୍ତ୍ତା ମାନେ ବିଡିଓଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ରାଜ୍ୟ ସରକାର ଯେପରି ମୋଟର ଚାଳକଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓଡ଼ିଶା ସରକାର ମଧ୍ୟ ସ୍ଥାନୀୟ ମୋଟର ଚାଳକଙ୍କୁ ସହାୟତା ପ୍ରଦାନ କରିବାକୁ ଏଥିରେ ଦାବି ହୋଇଛି। ସଂଘ ତରଫରୁ ପ୍ରମୋଦ ପ୍ରଧାନ, ଅନନ୍ତ କୁମାର ମାଝୀ, ସୌମ୍ୟ ରଂଜନ ସାହୁ, ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ଥିଲେ। କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏନ ଟି ପି Share on FacebookTweetFollow usSave Post Views: 235
Political Tadka Odisha ରାଜ୍ୟରେ ଦେଖାଦେଇଛି ରାଜନୈତିକ ଅସହିଷ୍ଣୁତା :ବିଜେପି NTP Bureau Report 03/11/2019 0 ଭୁବନେଶ୍ୱର(ଏନଟିପି): ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ନେତାଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ନକରିବା ର୍ଦୁଭାଗ୍ୟଜନକ ର୍ଦୁନୀତି ଓ ଭଷ୍ଟ୍ରାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ରାଜ୍ୟସରକାର ନିଜ ସୌଜନ୍ୟତା ଭୂଲିଯାଉଛନ୍ତି […]
Odisha Political Tadka କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ କରି ଟାୟାର ଜାଳି ରାସ୍ତାଅବରୋଧ NTP Bureau Report 18/03/2019 0 କନ୍ଧମାଳ: ବିଜେଡି ତାର ପ୍ରଥମ ପର୍ଯ୍ୟାୟ ରାଜ୍ୟସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।କନ୍ଧମାଳ ଲୋକସଭା ପାଇଁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ନାମ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଵିରୋଧ। […]
Business Odisha Post COVID Care Speciality Clinic Opens in KIMS NTP Bureau Report 01/11/2020 0 BHUBANESWAR(NEWS TIME PRO): The dedicated Covid Hospital managed by Kalinga Institute of Medical Sciences (KIMS) has treated over 5600 Covid-19 patients so far during the […]