ସ୍ମାର୍ଟ ସର୍ଭେଲାନ୍ସ ଓ ITMS କୁ ଉଦ୍ଘାଟନ କଲେ ଡିଜି

ଅନୁଗୋଳ (ଏନଟିପି):

ଶିଳ୍ପନାଗରୀ ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ଅପରାଧ।ଅନୁଗୋଳ ହେବ ଅପରାଧ ମୁକ୍ତ।ଅପରାଧ ନିୟନ୍ତ୍ରଣ,ଅପରାଧୀଙ୍କୁ ଧରିବା ଓ ଟ୍ରାଫିକ କଣ୍ଟ୍ରୋଲ ପାଇଁ ସିସି ଟିଭି ସାହାରା ନେଇଛି ଜିଲ୍ଲା ପୋଲିସ।ସହର ସାରା ଖଞ୍ଜା ଯାଇଛି ସିସି ଟିଭି।ଏବେ ସିସି ଟିଭି ଫୋକସ ରେ ରହିବେ ଅପରାଧୀ।ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥାକୁ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ,ଜିଲ୍ଲା ଅାରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଦେବଗଡ଼ ଏସ୍‌ପି ରାହୁଲ ଜୈନ, ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ ପ୍ରମୁଖଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ଡିଜି ଙ୍କ ଗସ୍ତ କାଳରେ ଅଫିସ ଟ୍ରାନଜିଟ୍‌ ମେସ, ଛେଳିଆପଡ଼ାସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି ଡିଜି ।ଜିଲ୍ଲା ସଦର ମହକୁମାରେ ନାବାଳିକା ବଲାତ୍କାର,ଦୁଇଟି ବ୍ୟାଙ୍କ ଡକାୟତି ହେବା ସହ ପ୍ରତ୍ୟେକ ଦିନ କିଛି ନା କିଛି ଲୁଟ ଆଦି ହେଉଛି । ଏହାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଏବେ ସହରର ପ୍ରମୁଖ ଛକ ମାନଙ୍କରେ DMF ରୁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସହରର ଆଠଟି ଛକରେ ୩୮ ଟି ସିସି ଟିଭି କ୍ୟାମେରା ଲଗାଯାଇଛି । ଏହା ସହ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ଏହା ଉପରେ ନଜର ରଖାଯିବ । ଏହା ସହିତ ପିସିଆରକୁ ମଧ୍ୟ ଯୋଗାଯୋଗ କିଭଳି କରିହେବ ତାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାରେ ଅପରାଧୀ ମାନଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରେକଗନାଇଜେସନ ସଫ୍ଟୱେର ମାଧ୍ୟମରେ ଅପରାଧୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରା ଯାଇ ପାରିବ । ଏଭଳି ପ୍ରୋଜେକ୍ଟ ହାଇଦ୍ରାବାଦ ପରେ ଭାରତର ଦ୍ବିତୀୟ ଓ ରାଜ୍ୟର ପ୍ରଥମ ।ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ସିସିଟିଭି ଅପରାଧ ନିୟନ୍ତ୍ରଣ ଦିଗରେ କେତେ କାର୍ଯ୍ୟ କରୁଛି ତାହା ସମୟ ହିଁ କହିବ

Follow by Email
WhatsApp