କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି ପିନ୍ଧିବେ ଧୋନୀ

ନୂଆଦିଲ୍ଲୀ: କ୍ରିକେଟ ଜର୍ସି ଛାଡ଼ି ସେନା ବର୍ଦ୍ଦି, ବ୍ୟାଟ୍‌ ବଦଳରେ ବନ୍ଧୁକ ଧରିବେ ମାହି। ପଡ଼ିଆରେ ପ୍ରତିପକ୍ଷଙ୍କୁ ଚେକ୍‌ମେଟ୍‌ ଦେଉଥିବା ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ସୀମାରେ ଶତ୍ରୁଙ୍କୁ ଜଗିବେ। ଆଜିଠାରୁ ୧୦୬ ଟେରିଟୋରିଆଲ୍‌ ଆର୍ମି ବାଟାଲିଅନରେ ଯୋଗ ଦେଇଛନ୍ତି ଧୋନି। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସେ ଟ୍ରେନିଂ କରିବେ। ଏହି ୟୁନିଟ୍‌ କାଶ୍ମୀରରେ ରହିଛି ଓ ଭିକ୍ଟର ଫୋର୍ସର ଅଂଶ। ଏଥିପାଇଁ ସେ ଶ୍ରୀନଗରରେ ପହଞ୍ଚି ସାରିଛନ୍ତି। ଧୋନି ଟେରିଟୋରିଆଲ୍‌ ଆର୍ମିର ପାରାଚୁଟ୍‌ ରେଜିମେଣ୍ଟରେ ଲେଫ୍ଟେନାଣ୍ଟ କର୍ଣ୍ଣେଲ ଅଛନ୍ତି। ସେ କାଶ୍ମୀରରେ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି କରିବା ସହ ପୂରା ଦିନ ଯବାନଙ୍କ ସହ ରହିବେ। ସେନା କାର୍ଯ୍ୟରେ ଯୋଗ ଦେବାକୁ େଓ୍ଵଷ୍ଟଇଣ୍ଡିଜ ଗସ୍ତରୁ ଓହରିଥିଲେ ଧୋନି। ୨୦୧୧ରେ ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ବିଜୟୀ କରାଇବା ପରେ ମାହିଙ୍କୁ ସେନା ପକ୍ଷରୁ ଲେଫ୍ଟେନାଣ୍ଟ କର୍ଣ୍ଣେଲ ସମ୍ମାନ ଦିଆଯାଇଥିଲା।

Follow by Email
WhatsApp