କେମିତି ହେଲା ସିକଲ କମ୍ପାନୀ ମୁଖ୍ୟଙ୍କ ମୃତ୍ୟୁ ?ଚାପ ପାଇଁ କଲେ କି ଆତ୍ମହତ୍ୟା Posted on 31/07/201931/07/2019 by NTP Bureau Report ବ୍ୟୁରୋ (ଏନ ଟି ପି): ଭି ଜି ସିଦ୍ଧାର୍ଥ ଙ୍କ ଓଡିଶା ଲିଙ୍କ।କାହିଁକି ଓ କେମିତି ହେଲା ସିଦ୍ଧାର୍ଥ ଙ୍କ ମୃତ୍ୟୁ।ଚାପରେ ରହି ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ୨ ଦିନ ପରେ ଉଦ୍ଧାର ହେଲା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ। ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାରରୁ ନିଖୋଜ ଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ କ୍ରିଷ୍ଣାଙ୍କ ଜ୍ୱାଇଁ ସିଦ୍ଧାର୍ଥ। ମାଙ୍ଗାଲୋର ଯିବା ବାଟରେ ନେତ୍ରାବତୀ ନଦୀ ନିକଟରେ କାର୍ ଅଟକାଇବାକୁ କହିଥିଲେ ବିଜି ସିଦ୍ଧାର୍ଥ । ସିଦ୍ଧାର୍ଥଙ୍କ କଂପାନୀ ଉପରେ ୭ହଜାର କୋଟି ଟଙ୍କାର ଋଣ ରହିଛି। ଏହାକୁ ନେଇ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କର୍ଣ୍ଣାଟକ ପୋଲିସ ସନ୍ଦେହ କରୁଛି।ସେପଟେ ସିଦ୍ଧାର୍ଥ ଙ୍କର ସିକଲ ନାମକ କମ୍ପନ ରହିଛି ସିକଲ ଲଜିଷ୍ଟିକ କମ୍ପାନୀ ତାଳଚେର ର MCL ଭରତପୁର ରେ କୋଇଲା ଖନନ କାର୍ଯ୍ୟ କରୁଥିଲେ। ଗତ ୮ ଦିନ ତଳେ ଭରତ ପୁର ଖଣିରେ ମାଟି ଅତଡା ଖସି ୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୯ ଜଣ ଗୁରୁତର ହୋଇଥିଲେ।୧୨ ସେପ୍ଟେମ୍ବରରେ ୨୦୧୬ ରେ ସିକଲ କୋଇଲା ଖନନ କାର୍ଯ୍ୟ ଅନୁମତି ପାଇଥିଲା। ପାଖାପାଖି ୨୦୧୭ ରୁ ସେ ଭରତ ପୁର କୋଇଲା ଖଣୀରେ ଖନନ କାର୍ଯ୍ୟ କରୁଥିଲା।ଅନ୍ୟପଟେ ହିଙ୍ଗୁଳା କୋଇଲା ଖଣିରେ ମଧ୍ୟ ଖନନ କାର୍ଯ୍ୟ ହାତକୁ ନେଇଛି ସିକଲ କମ୍ପାନୀ।ଭରତ ପୁର ଖଣିରେ ଅଘଟଣ ପରେ ଶ୍ରମିକଙ୍କ ସୁରକ୍ଷା ଓ ବିଭିନ୍ନ ଦାବି ନେଇ ୭ ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ଚଳାଇବା ଫଳରେ ହୁଏତ ଏକ ଚାପରେ ଥିଲେ ସିକଲ କମ୍ପାନୀର ମୁଖ୍ୟ ସିଦ୍ଧାର୍ଥ ଯାହାଫଳରେ ସେ ଏମିତି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ହେଉଛି ଚର୍ଚ୍ଚା।ସେପଟେ ସିକଲ କମ୍ପାନୀ ନାମରେ କୋଳିୟାରୀ ଥାନାରେ ମଧ୍ୟ FIR ଦାୟର କରିଛି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ।ସିକଲ ଲଜିଷ୍ଟିକ କମ୍ପାନୀର ମୁଖ୍ୟ କାହିଁକି କଲେ ଆତ୍ମହତ୍ୟା।ଆତ୍ମହତ୍ୟା ପଛର କଣ ରହିଛି ରହସ୍ୟ।ଋଣ ଯୋଗୁଁ ଚିନ୍ତାଗ୍ରସ୍ଥ ହୋଇ କଲେ କି ଆତ୍ମହତ୍ୟା ।ଏ ତମାମ ଘଟଣା ପଛର କଣ ରହିଛି ରହସ୍ୟ ।ତଦନ୍ତର ଦିଗ କଣ ରହିବ। Share on FacebookTweetFollow usSave Post Views: 373
Odisha Provision of ventilators and bypass machines on behalf of the Foundation for Ecological Security NTP Bureau Report 05/06/2021 0 Angul(NewsTimePro): Currently, the Covid epidemic is spreading across the country. The situation is similar in Angul district. Everyone in the country, from the countryside to […]
Odisha ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ: ଧର୍ମେନ୍ଦ୍ର ପ୍ରଧାନ NTP Bureau Report 02/02/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ ଟି ପି): ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ […]
Odisha ଦାୟିତ୍ୱ ଗ୍ରହଣ କଲେ RDC, ପ୍ରଥମ ଦିନରୁ ଜାଇକାକୁ ଦେଲେ ତାଗିଦ NTP Bureau Report 21/02/2019 0 କଟକ (ଏନଟିପି): ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ ଅନିଲ ସାମଲଙ୍କ ସମୟରେ ହୋଇଥିଲା ବହୁ ବିକାଶ ମୂଳକ କାର୍ଯ୍ୟ।ଯାଜପୁର ପରେ ଅନୁଗୋଳ ଜିଲ୍ଲାପାଳ ଭାବେ ମଧ୍ୟ ବହୁ କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଶ୍ରୀ […]