ଅନୁଗୋଳ(ଏନଟିପି):
ଓଡ଼ିଶାରେ ହୁ ହୁ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।ଅନୁଗୋଳ ଜିଲ୍ଲା ଗ୍ରୀନ ଯୋନରେ ଥିବାରୁ ଲକ ଡାଉନ କୁ କୋହଳ କରିଛି ଜିଲ୍ଲାପ୍ରଶାସନ।ଛୋଟ ଛୋଟ ଦୋକାନ ବଜାର ଖୋଲିବାର ଅନୁମତି ଥିଲେ ମଧ୍ୟ କିନ୍ତୁ ବେଧଡକ ବେଆଇନ ଭାବେ କିଛି କିଛି ବଡ଼ ବଡ଼ ମଲ ଖୋଲିଛି।SNK ନାମକ ମଲ ଲକଡାଉନ ନିୟମ ଓ ଆଡ଼ଭାଇ ଜରି କୁ ଫୁ କରି ଅଧା ସଟର ଖୋଲା ରଖୀ ବ୍ୟବସାୟ ଚଳାଇଛନ୍ତି।ମଲ ଭିତରେ ଅଧିକ କର୍ମଚାରି ସହ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।ଅନୁଗୋଳ ଗ୍ରୀନ ଯୋନ ହେବାପରେ କଣ କଣ ସବୁ କଟକଣା ଆଉ କଣ ସବୁ କୋହଳ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ କେନ୍ଦ୍ର ଓ କୋଚିଂ ସେଣ୍ଟର, ସିନେମା ହଲ୍, ସପିଂ ମଲ୍, ଜିମ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଥିଏଟର୍ ବନ୍ଦ ରହିବ । ବାର୍, ଅଡିଟୋରିୟମ୍, ହୋଟେଲ, ରେଷ୍ଟୁରାଣ୍ଟ, ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଓ ସମାବେଶ ହେବ ନାହିଁ । ଧାର୍ମିକ ଅନୁଷ୍ଠାନକୁ ସର୍ବସାଧାରଣଙ୍କୁ ପ୍ରବେଶ ମନା ।

