ଯୁବ ବୈଜ୍ଞାନିକଙ୍କ ଭବିଷ୍ୟତକୁ ନେଇ ଖେଳ,ନାସା ଯିବେନି ଶୁଭ୍ରାଂଶୁ Posted on 30/11/201930/11/2019 by NTP Bureau Report ଅନୁଗୋଳ(ଏନଟିପି): ଠକାମୀ ଏମିତି ବି ହୋଇପାରେ।ଆପଣ ଜାଣିଥିବେ କେତେବେଳେ ଟଙ୍କା କୁ ନେଇ ଠକେଇ ହୋଇଥିବା କଥା ଶୁଣିଥିବେ କିନ୍ତୁ କେବେ କାହା ଭବିଷ୍ୟତକୁ ନେଇ କେମିତି ହୋଇଛି ଠକାମୀ ଜାଣନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ। ବିଶ୍ବର ସର୍ବବୃହତ୍ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା କୁ କାହାର ବା ଯିବାର ଇଛା ନଥାଏ।କିଛି ନା କିଛି ନୂତନ ଆବିଷ୍କାର କରି ପ୍ରକଳ୍ପ କୁ ନାସା ଚୟନ କରିବାର ସୁଯୋଗ ଦେଇଥାଏ।ଏହି ଆଶା ନେଇ ଦ୍ଵାରା ଚୟନ ହୋଇଛନ୍ତି ବୋଲି ଚିଠି ଆସିଥିଲା । । ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ଅନୁଗୋଳ ହୁଲୁରିସିଂହାର ଯୁବ ବୈଜ୍ଞାନିକ ଶୁଭ୍ରାଂଶୁ ଆଉ ତାଙ୍କ ରୋବୋଟିକ୍ ଡ୍ରୋନ୍ ‘ମାଭିକ୍ । ଆମେରିକା ଯିବା ପାଇଁ ପ୍ରସୂତି ଆରମ୍ଭ ହୋଇଥିଲା । କିନ୍ତୁ, ବିଦେଶ ଗସ୍ତ ପୂର୍ବରୁ ବୈଦେଶିକ ମନ୍ତ୍ରାଳୟରୁ ମିଳିଲା ନାହିଁ ଅନୁମୋଦନ । କାରଣ ଚିଠି ନାସାରୁ ଆସିଛି କି ନାହିଁ ବୋଲି ତାହା ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିପାରୁ ନାହିଁ । ଫଳରେ ଶୁଭ୍ରାଂଶୁ ବର୍ତ୍ତମାନା ପାଇଁ ନାସା ଯିବା ଅଧାରେ ଅଟକି ଯାଇଛି ।ମିଳିଥିବା ସୂଚନା ଅନୁସାରେ ଶୁଭ୍ରାଂଶୁଙ୍କ ପ୍ରକଳ୍ପ ନାସାକୁ ଯାଇଛି । କିନ୍ତୁ ତାହାର ଫଳାଫଳ ନାସା ପକ୍ଷରୁ ଘୋଷଣା କରା ଯାଇ ନାହିଁ । ତେବେ ଏତିକିରେ ଭାଙ୍ଗି ମଧ୍ୟ ଯାଇ ନାହାନ୍ତି ଶୁଭ୍ରାଂଶୁ ।ତାଙ୍କ ପ୍ରକଳ୍ପ ଜନହିତକର କାମରେ ଲାଗିବ ।ନାସାରୁ ଚୟନ ନହଲେ ମଧ୍ୟ ଭାରତ ସରକାରଙ୍କ ଅନୁମୋଦନ ପାଇଁ ସେ ଚେଷ୍ଟା କରିବେ ବୋଲି ଜଣା ପଡିଛି । ମାଭିକ୍ , ଏହା ଏମିତି ଏକ ଯନ୍ତ୍ରାଂଶ ଯାହା ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ ସେବା ଯୋଗାଇ ଦେଇପାରିବ ବୋଲି ଶୁଭ୍ରାଂଶୁ ଦାବି କରିଛନ୍ତି । ()ମାଭିକ ପ୍ରକଳ୍ପ ପାଇଁ ଶୁଭ୍ରାଂଶୁଙ୍କ ନାମରେ ଆମେରିକା ଯିବା ପାଇଁ ଡାକରା ଆସିଥିଲା । ସେଥିରେ ଦର୍ଶାଯାଇଥିଲା,ବିଶ୍ବର ୧୩୮ଟି ଦେଶର ପ୍ରକଳ୍ପ ମଧ୍ୟରୁ ଶୁଭ୍ରାଂଶୁଙ୍କ ପ୍ରକଳ୍ପ ନାସା ବୈଜ୍ଞାନିକଙ୍କ ମନକୁ ଛୁଇଁଛି । ନଭେମ୍ବର ୨୮ ତାରିଖରୁ ଆମେରିକା ୱାଂଶିଟନ୍ ଡିସିରେ ହେବାକୁ ଥିବା ବିଶ୍ବସ୍ତରୀୟ ନାସା ସ୍ପେସ୍ ସେଟଲମେଣ୍ଟ୍ ପ୍ରତିଯୋଗିତା -୨୦୨୦ରେ ଭାଗ ନେବାକୁ ତାଙ୍କୁ କୁହାଯାଇଥିଲା । ଏହି ଖବର ଗଣମାଧ୍ୟମରେ ଏହା ପ୍ରସାରିତ ହେଲା ପରେ ଚାରିଆଡ଼ୁ ଶୁଭ୍ରାଂଶୁଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିଲା । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଶୁଭ୍ରାଂଶୁଙ୍କୁ ୫୦ହଜାର ଟଙ୍କାର ବିଭିନ୍ନ ଯନ୍ତ୍ରାଂଶ ସହାୟତା ଦେଇଥିଲେ । ଏଥିସହ ଆମେରିକା ଗଲେ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ଭିସା ଆବେଦନ ପୂର୍ବରୁ ଶୁଭ୍ରାଂଶୁ ନୂଆଦିଲ୍ଲୀ ବୈଦେଶିକ ମନ୍ତ୍ରାଳୟରୁ ସ୍ପଷ୍ଟ କରା ଯାଇନଥିଲା । ଆମେରିକାରୁ ଆସିଥିବା ଚିଠି କୁ ଅନ୍ୟ କେହି ପଠାଇଥିବା ଅନୁମାନ କରାଯାଉଛି।ନା ତାଙ୍କ ପ୍ରକଳ୍ପ କୁ ଆଉ କେହି ହାଇଯାକ କରିବାକୁ ଚାହୁଁଥିଲା।ଶୁଭ୍ରାଂଶୁ ଙ୍କୁ ଆସିଥିବା ଫୋନ ୟୁକେ ରୁ ଆସିଛି ତାହା ନାସାର ନୁହଁ ବୋଲି ଜଣା ପଡ଼ିଛି। ନାସାରୁ ଆସିଥିବା ଚିଠିରେ ଗୁଡ଼ାଏ ଭୁଲ ତଥ୍ୟ ଲେଖାଯାଇଛି।କିଛି କିଛି ର ଶବ୍ଦ ମଧ୍ୟ ସଠିକ ନାହିଁ ।ଯାହା ଯୋଗୁଁ ସନ୍ଦେହ ବେଶ ଘନୀଭୂତ ହେଉଛି।World କୁ ନାସା ଆସିଥିବା ଚିଠିରେ Worled ଲେଖା ହୋଇଛି। ଶୁଭ୍ରାଂଶୁ ଏଭଳି ଠକାମୀ ଶିକାର କିଭଳି ହେଲେ ବୋଲି ଏବେ ସାଧାରଣରେ ପ୍ରଶ୍ନବାଛି ସୃଷ୍ଟି କରିଛି । ଶୁଭ୍ରାଂଶୁଙ୍କ ପଠା ଯାଇଥିବା ମେଲକୁ ଜାଣି ପାରି କୌଣସି ସାଇବର ଠକ ଏଭଳି କାମ କରିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏଭଳି ଚିଠି ପାଇବା ପରେ ଆଗ୍ରହ ଦେଖାଇଥିବା ସ୍କୁଲ କର୍ତ୍ତୁପକ୍ଷଙ୍କ କାର୍ଯ୍ୟକୁ ମଧ୍ୟ ସନ୍ଦେହ କରା ଯାଉଛି । ସ୍କୁଲ କର୍ତ୍ତୁପକ୍ଷ ଚିଠି ପାଇବା ପରେ କାହିଁକି ଯାଞ୍ଚ କରି ନଥିଲେ ସ୍କୁଲ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ନକରି କାହିଁକି ଏମିତି ଛାତ୍ର ର ଭବିଷ୍ୟତ ସହ ଖେଳ ଖେଳିଲେ।ଏହାର ସଠିକ ତଦନ୍ତ ହେବାର ଆବଶ୍ୟକତା ରହିଛି। Share on FacebookTweetFollow usSave Post Views: 411
Odisha Fani Cyclone Medical Relief by NTPC Kaniha NTP Bureau Report 06/05/2019 0 A team of doctors and para medical staff of NTPC Kaniha hospital led by Dr R K Mishra ,CMO was today released to report at […]
Odisha ଯୁବତୀଙ୍କ ଆତ୍ମହତ୍ୟା ପଛର କାରଣ ଅଶ୍ଳୀଳ ଭିଡ଼ିଓ ଭାଇରାଲ NTP Bureau Report 01/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳ ବନ୍ତଳା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।ବନ୍ତଳା ଅନ୍ତର୍ଗତ ଏକ ଗାଁରେ ଲୋକଲଜ୍ଜ୍ୟା ସହିନପାରି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତାଳଚେର ଅଞ୍ଚଳର କୁହାଯାଉଥିବା ପ୍ରେମିକ […]
Odisha ଅନୁଗୋଳ ଏନକ୍ଲେଭ ର ହେଲା ଶିଳାନ୍ୟାସ NTP Bureau Report 31/10/2019 0 ଅନୁଗୋଳ (ଏନଟିପି): ଅନୁଗୋଳ ଏନ କ୍ଲେଭ ର ଶିଳାନ୍ୟାସ।ଅନୁଗୋଳ ରେ ଦୀର୍ଘ ୧୫ ବର୍ଷର ପ୍ରତୀକ୍ଷା ପରେ ଓଡ଼ିଶା ଷ୍ଟେଟ ହାଉସିଂ ବୋର୍ଡ ପକ୍ଷରୁ ଅନୁଗୋଳ ଏନ୍କ୍ଲେଭର ଶିଳାନ୍ୟାସ କରାଯାଇଛି। ବୁଧବାର ଜିଲା ମୁଖ୍ୟ […]