ଲୋକସଭାର ନୂଆ ବାଚସ୍ପତି ଓମ୍ ବିର୍ଲା Posted on 19/06/201919/06/2019 by NTP Bureau Report ନୂଆଦିଲ୍ଲୀ(NTP) : ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍ ବିର୍ଲା । ସର୍ବସମ୍ମତି କ୍ରମେ ଓମ୍ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମ୍ ବିର୍ଲାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ । ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂହ, ଅମିତ ଶାହ ଓ ନୀତିନ ଗଡ଼କରୀ ସମର୍ଥନ ଜଣାଇଥିଲେ । ସେହିପରି ବିଜେଡି ପକ୍ଷରୁ ମଧ୍ୟ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଓମ୍ ବିର୍ଲାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ । କଂଗ୍ରେସ ଓ ଟିଏମ୍ସି ସମେତ ସବୁ ଦଳ ଓମ୍ ବିର୍ଲାଙ୍କ ନାଁକୁ ସମର୍ଥନ କରିଥିଲେ । ବାଚସ୍ପତି ନିର୍ବାଚିତ ହେବା ପରେ ଓମ୍ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦମାନେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିର୍ଲା ବାଚସ୍ପତି ହେବା ଗର୍ବର ବିଷୟ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଓମ ବିର୍ଲା ଆଜି ଏହି ସ୍ଥାନରେ ପହଞ୍ଚି ପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଅଛନ୍ତି ଓମ୍ ବିର୍ଲା । ସେ ଦୁଇ ଥର ସାଂସଦ ହେବା ସହ ତିନି ଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ରାଜସ୍ଥାନ ସରକାରରେ ସଂସଦୀୟ ସଚିବ ଥିଲେ । Share on FacebookTweetFollow usSave Post Views: 213
NATIONAL ଆମେରିକାର ୱାଲମାର୍ଟ ଷ୍ଟୋରରେ ବଡ଼ଧରଣର ଗୁଳିକାଣ୍ଡ, ୨୦ ମୃତ ଓ ୨୬ ଆହତ NTP Bureau Report 04/08/2019 0 ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ । ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିମାଡ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛି । ଘଟଣାରେ ତିନି ଜଣ […]
NATIONAL ମୁମ୍ବାଇରେ କୋଠା ଭୁଶୁଡି ୧୨ ମୃତ,୨୯ ଆହତ NTP Bureau Report 16/07/2019 0 ମୁମ୍ବାଇ (ଏନ ଟି ପି) : ମୁମ୍ବାଇରେ ଭୁଶୁଡ଼ିଲା କୋଠା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ମଧ୍ୟାହ୍ନ ୧୧.୪୦ରେ ଘଟିଥିବା ଏହି […]
NATIONAL Business Odisha Tata Trusts chairman Ratan Tata Donates Rs 500 crore fight COVID-19 NTP Bureau Report 28/03/2020 0 BUREAU REPORT(NEWS TIME PRO) 28TH MARCH2020 The COVID 19 crisis is one of the toughest challenges we will face as a race. The Tata Trusts […]