ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ଆଜି ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ସମାରୋହରେ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସି. ପ୍ରବୀଣ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ବିଭିନ୍ନ ବିଭାଗର ମନ୍ତ୍ରୀ। ପୂର୍ବତନ ରାଜ୍ୟପାଳ ଇ.ଏସ୍.ଏଲ.ନରସିଂମାଙ୍କ ସ୍ଥାନରେ ବିଶ୍ୱଭୂଷଣଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଇ.ଏସ୍.ଏଲ.ନରସିଂମା ୨୦୦୯ରୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ। ୯ ବର୍ଷ ପରେ ଆନ୍ଧ୍ରପ୍ରଦେଶକୁ ମିଳିଛି ନୂଆ ରାଜ୍ୟପାଳ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ପୁଣି ଜଣେ ଓଡ଼ିଆଙ୍କୁ ମିଳିଛି ରାଜ୍ୟପାଳ ଦାୟିତ୍ୱ।
Related Posts
ବୈଜୟନ୍ତଙ୍କ ଗତି କୁଆଡେ; କଂଗ୍ରେସକୁ ଢଳିବେ କି ବୈଜୟନ୍ତ…
- NTP Bureau Report
- 17/01/2019
- 0
ଭୁବନେଶ୍ୱର (ଏନଟିପି ) ରାଜ୍ୟ ରାଜନୀତିରେ ବୈଜୟନ୍ତ ପଣ୍ଡାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନୂଆ ସମୀକରଣର ଦିଗ ସାମ୍ନାକୁ ଆସିଛି । ବିଜେପିକୁ ଯିବାର ସମ୍ଭାବନା […]
ଛେଣ୍ଡିପଦା ରେ ବିଜେପିର ପ୍ରଚାର ଜୋରଦାର
- NTP Bureau Report
- 28/03/2019
- 0
ଛେଣ୍ଡିପଦା(ଏନ ଟି ପି): ଅନୁଗୋଳ ରେ ଅସହ୍ୟ ତାତି।ଗୋଟିଏ ପଟେ ତାତି ଅନ୍ୟପଟେ ନିର୍ବାଚନୀ ତାତି ବଢ଼ିଲାଣି।ଆରମ୍ଭ ହୋଇଗଲାଣି ପ୍ରଚାର।ଆଜିଅନୁଗୋଳ ଛେଣ୍ତିପଦା ନିର୍ବାଚନ ମଣ୍ଡଳିରେ ଭାଜପା ଲୋକସଭା ପାର୍ଥିଙ୍କ ପ୍ରଥମ ନିର୍ବାଚନ ପ୍ରଚାର ଆରମ୍ଭ […]
ହଟିବେ ପ୍ରତ୍ୟୁଷା କନ୍ଧମାଳରୁ ଲୋକସଭା ପାଇଁ ଇତି ସାମନ୍ତ,ରଣପୁରରୁ ଅରୁଣ ଙ୍କୁ ନେଇ ଚର୍ଚ୍ଚା
- NTP Bureau Report
- 12/03/2019
- 0
ବ୍ୟୁରୋ (ଏନଟିପି): ସାଧାରଣ ନିର୍ବାଚନକୁ ନେଇ ବିଗୁଲ ମଧ୍ୟ ବାଜିସାରିଲାଣି।କେବେ ନିର୍ବାଚନ ହେବ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ।କିନ୍ତୁ ଏବେ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା।କିଏ […]