ତାଳଚେର (ଏନଟିପି):
ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତ ପୁର କୋଇଲା ଖଣିରେ ଅଘଟଣ।ମାଟି ଅତଡା ଖସି ୫ ଜଣ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଥିବା ବେଳେ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।ଆହୁରି ଅନେକ ଶ୍ରମିକ ମାଟିତଳେ ଏବେବି ଚାପି ରହିଛନ୍ତି ।ପୂର୍ବରୁ ସିକଲ ନାମକ ଏକ କମ୍ପାନୀ MCL ର ମାଟି ଖୋଳି OB ରେ ଗଦାକରିଥିଲା ।ନିୟମ ଅଛି OB ଗୁଡିକର ମାଟି ଗୁଡିକ ସମତଳ କରାଯିବା କଥା।କାହିଁ କି ସମତଳ କରାଯାଇନଥିଲା ମାଟି। ଗତକାଲି ରାତିରେ MCL କୋଇଲା ଖୋଳିବା ପାଇଁ ବ୍ଲାଷ୍ଟ କରୁଥିବା ସମୟରେ MCL ର ଭୁଲ ଯୋଗୁଁ ମାଟି ଅତଡା ଖସିଥିଲା।ଏଠି ପ୍ରଶ୍ନ ଉଠୁଛି ବ୍ଲାଷ୍ଟିଙ୍ଗ ସମୟରେ କାହିଁକି ଗ୍ରହଣ କରାଯାଇନଥିଲା ନିରାପତା ବ୍ୟବସ୍ଥା।ଶ୍ରମିକ ମାନଙ୍କ ସୁରକ୍ଷା ଉପରେ ଦିଆଯାଇଥିଲା କି ନଜର।ଯଦି ଦିଆଯାଇଥିଲା ତେବେ କିଭଳି ଘଟିଲା ଏତେ ବଡ଼ ଘଟଣା।ଏ ସମ୍ପୂର୍ଣ ଘଟଣା ପାଇଁ ଦାୟୀ ନୁହେଁ ତ MCL ।ଏଠି ପ୍ରଶ୍ନ ଉଠୁଛି ଶ୍ରମିକଙ୍କ ସୁରକ୍ଷା ଦିଗରେ କାହିଁକି ଧ୍ୟାନ ଦେଉନି MCL।
କୋଇଲା ଖଣିରେ ଦୁର୍ଘଟଣା। ମାଟି ଅତଡା ଖସି ୫ ମୃତ। ତାଳଚେର MCL ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ୫ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ୧୦ରୁ ଅଧିକ ଲୋକ ମାଟି ତଳେ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି। ଖଣି କର୍ତ୍ତୁପକ୍ଷ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୋଇଲା ବ୍ଲାଷ୍ଟିଂ ବେଳେ ପ୍ରାୟ ୧ କିଲୋମିଟର ପର୍ୟ୍ୟନ୍ତ ମାଟି ଅତଡା ଧସି ଯାଇଥିଲା। ଫଳରେ ସମସ୍ତ ଶ୍ରମିକ ମାଟି ତଳେ ଚାପି ହୋଇ ରହିଯାଇଥିଲେ।