ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ସପ୍ତମ  ବାର୍ଷିକ ଉତ୍ସବ

ଅନୁଗୋଳ(ଏନଟିପି):

ଓମ ବିଦ୍ୟା ଭାରତୀ ସାମୁହିକ ଆବାସିକ ମହାବିଦ୍ୟାଳୟର ୭ମ  ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବରେ ଡ଼ଃ ପଦ୍ମଶ୍ରୀ ହଳଧର ନାଗ , ମୁଖ୍ୟ ବକ୍ତା ଡ଼ଃ ଶେଷ କିଷାନ , ସମ୍ମାନୀତ  ଅତିଥି ଭାବରେ ଏଡିଏମ ପ୍ରତାପ ପ୍ରିତୀମୟ ତଥା ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡର ଡାଇରେକ୍ଟର ଜେନେରାଲ ମ୍ୟାନେଜେର ଆଶୁତୋଷ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ  କରିବା ସହିତ ଉତ୍ସବର ଶୁଭାରମ୍ଭ କରିଥିଲେ | ମହାବିଦ୍ୟାଳୟର ପାରିପାଶ୍ୱିକ ପରିସ୍ଥିତି କୁ ଅନୁଧ୍ୟାନ କରି ଡ଼ଃ ନାଗ ମହୋଦୟ ମନ୍ତବ୍ୟ ଦେଇ କହିଥିଲେ ଯେ ଏ ବିଦ୍ୟାଳୟ ହେଉଛି ବନ ବିଦ୍ୟାଳୟର ରୂପରେଖ, ପିଲାମାନେ ଏଠାରେ ପୁସ୍ତକ ଗତିଶିକ୍ଷା ସହିତ ସାମାଜିକ, ଚାରିତ୍ରିକ ଗୁଣାତ୍ମକ ଶିକ୍ଷା ପାଇବାରେ ମଧ୍ୟ ସଫଳ ହୋଇପାରିଛନ୍ତି | ତେଣୁ ଏଠାରେ ଯେଉଁମାନେ ଶିକ୍ଷାଗ୍ରହଣ କରୁଛନ୍ତି ବା କରିବେ ସେମାନେ ଗୁରୁକୁଳା  ଶ୍ରମରେ ଶିକ୍ଷା ନେଲା ପରି ମନେ କରିବେ | ଡ଼ଃ  ଶେଷ କିଷାନଙ୍କ ମତନୁଯାୟୀ  ଯେଉଁମାନେ ଏହି ମହାବିଦ୍ୟାଳୟରେ ଅଧୟନ କରିବେ ସେ ଭବିଷ୍ୟତରେ ନିଶ୍ଚିତ ଭାବରେ ସବୁ ଦିଗରେ ବଡ ମଣିଷ ହୋଇ ପାରିବେ | ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ସଦସ୍ୟ ତଥା ସାନ୍ଦ| ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଶିଶିର କୁମାର ଦେହୁରୀ ସମ୍ମାନୀତ  ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହାନତା ସମ୍ପର୍କରେ ଆଲୋଚନା କରିଥିଲେ | ଶ୍ରୀମତୀ ନିରଯା ସାହୁ, ଡ଼ଃ ନିହାର ରଞ୍ଜନ ସାହୁ, ଶ୍ରୀଯୁକ୍ତ ଦିଲେଶ୍ଵର ପ୍ରଧାନ, ଶ୍ରୀମତୀ କାଣନବାଲା ଦେହୁରୀ ଏବଂ ଡ଼ଃ ନିର୍ମଳ ଚନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଦବୋଧନ ଦେଇଥିଲେ | ଏହି ଅବସରରେ 2023 ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ମୋନାନୀତ ହୋଇଥିବା ଲାପଟପ ବିଜେତା ତଥା ବିଭିନ୍ନ ବିଷୟରେ 90 ରୁ ଉର୍ଦ୍ଧ ମାର୍କ ରଖିଥିବା ପିଲାମାନଙ୍କୁ ମେଡଲ ଦେଇ ମନନ୍ନିତ କରିଥିଲା ପରେ ପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇଥିଲା | ଛାତ୍ର  ଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ମହାବିଦ୍ୟାଳୟର ମହିମା ଗାନ କରିଥିଲେ | ବିଦ୍ୟାଳୟର ଚେୟାରମ୍ୟାନ  କଳ୍ପମୟୀ ପ୍ରଧାନ ଶେଷରେ ମନ୍ତବ୍ୟ ଦେଇ କହିଥିଲେ , ଏ ସଫଳତା ଦିଗରେ ଟ୍ରଷ୍ଟି ସତ୍ୟବ୍ରତ ପ୍ରଧାନ, ଆରିୟାନ ସୁଧାକର, ସୁଧାଂଶୁ ନାଥ , ସୁଜିତ କୁମାର ପ୍ରଧାନ, ଅଧ୍ୟକ୍ଷ କାଳୀ ପ୍ରସନ୍ନ ସାହୁ  , ସହଯୋଗୀ ଶିକ୍ଷକ କୁମାର କୌଶିକ ଦେହୁରୀ ଏବଂ ଅଧ୍ୟାପକ ଶରତ ଚନ୍ଦ୍ର ବେହେରାଙ୍କୁ ଧନ୍ୟବାଦ ଦେଇ ଭବିଷ୍ୟତରେ ଏହି ମହାବିଦ୍ୟାଳୟ ପାଠପଢା ସହିତ  ବିଭିନ୍ୟ କାର୍ଯ୍ୟକ୍ରମ କିପରି ଅଧିକ ଉନ୍ନତମାନର ହେବ ମନ୍ତବ୍ୟ ଦେଇଥିଲେ | ପରିଶେଷରେ ଏ ସମସ୍ତ  କାର୍ଯ୍ୟକ୍ରମର ପ୍ରଚ୍ଛଦ ପଟର ନାୟକ ଦୀପକ କୁମାର ସାହୁ ମହୋଦୟଙ୍କ ଏ ପ୍ରକାର ପଦକ୍ଷପକୁ ସାଧୁବାଦ ଜଣାଇଥିଲେ |  କମ୍ପୁଟର ବିଜ୍ଞାନ ଅଧ୍ୟାପିକା ଇପ୍ସିତା ପ୍ରଧାନ, ରସାୟନ ବିଜ୍ଞାନ ଅଧ୍ୟାପିକା ମୋନାଲିସା ଦ୍ୱିବେଦୀ, ପ୍ରାଣୀ ବିଜ୍ଞାନ ଅଧ୍ୟାପିକା ପ୍ରିୟଙ୍କା ପଣ୍ଡା, ଅମିତ ଗଡନାୟକ  ଏବଂ ଆଲୋକ ଚାନ୍ଦ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶର୍ମିଷ୍ଠା, ସିପା, ଅଭିପ୍ସା , ମଞ୍ଚ ପରିଚାଳନା କରିବାରେ ସହାୟତା କରିଥିଲେ | ଓଡ଼ିଆ ପ୍ରାଧ୍ୟାପକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ଉଦଘାଟନୀ ଉତ୍ସବରେ  ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ଏବଂ ଏଥିରେ ସୋନାଲି ନନ୍ଦ, ଅଞ୍ଜଳି ଦତ୍ତ ଏବଂ ସଚିନ ରାଉତ ଯୋଗଦେଇଥିଲେ | ଉଦଯାପନୀ ଉତ୍ସବରେ ମେରୀ ଆବାଜ ମେଲୋଡିରେ ଓଲିଉଡ ର ଲୋକପ୍ରିୟ ଗାୟକ ତାରିକ ଆଜ଼ିଜ଼, ଅଭିଜିତ, ରାଜନନ୍ଦିନୀ ପଣ୍ଡା ଆଦି ଯୋଗଦେଇଥିଲେ |

Follow by Email
WhatsApp