ଟିକଟକ ହୋଇପାରେ ବନ୍ଦ! ସରକାର ଦେଲେ ନୋଟିସ

ନୂଆଦିଲ୍ଲୀ(ଏନଟିପି ବ୍ୟୁରୋ) : ପୁଣି ଥରେ ଟିକଟକ ବ୍ୟବହାରକାରୀଙ୍କୁ ଝଟକା ଲାଗିପାରେ । କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ ଓ ହାଲୋକୁ ନୋଟିସ ପଠାଇଛନ୍ତି । ଏହି ନୋଟିସରେ ସରକାର କମ୍ପାନୀକୁ ୨୧ଟି ପ୍ରଶ୍ନ ପଚାରିଛନ୍ତି । ଯଦି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳେ ତେବେ ଏହାକୁ ବ୍ୟାନ କରାଯିବ ବୋଲି ଜଣାପଡିଛି ।

ଆରଏସଏସ ସହ ଜଡିତ ସ୍ୱଦେଶୀ ଜାଗରଣ ମଂଚ ପ୍ରଧାନମନ୍ତ୍ରୀଙ୍କୁ ଟିକଟକ ଓ ହାଲୋ ବିରୋଧରେ ଅଭିଯୋଗ କରିଥିଲା । ଏହି ପ୍ଲାଟଫର୍ମକୁ ଦେଶବିରୋଧୀ ଗତିବିଧିରେ ବ୍ୟବହାର କରାଯାଉଛି ବୋଲି ମଂଚ କହିଥିଲା । ଏହି ଆଧାରରେ ସୂଚନା ମନ୍ତ୍ରାଳୟ ନୋଟିସ ଜାରି କରିଛି । ନୋଟିସ ପାଇବା ପରେ ଟିକଟକ ଏବଂ ହାଲୋ ଏକ ଯୁଗ୍ମ ପ୍ରତିକ୍ରିୟାରେ କହିଛନ୍ତି, ଗତ ତିନି ବର୍ଷରେ ସେମାନେ ପ୍ରାୟ ୬ହଜାର କୋଟି ଟଙ୍କା ନିବେଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଫଳରେ ପ୍ରଯୁକ୍ତିବିଦ୍ୟା ସହ ଜଡିତ ଭିତ୍ତିଭୂମିକୁ ବିକାଶ କରାଯାଇ ପାରିବ । ସେମାନଙ୍କ ପ୍ଲାଟଫର୍ମକୁ କୌଣସି ଦେଶ ବିରୋଧୀ ଗତିବିଧିରେ ବ୍ୟବହାର କରାଯାଉ ନାହିଁ । ୟୁଜରଙ୍କ ଡାଟା ସଂପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Follow by Email
WhatsApp