ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଭିନେତ୍ରୀଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ (ଏନଟିପି ବ୍ୟୁରୋ): ଚିତ୍ରଦୁର୍ଗା କୁଞ୍ଚିନାଗାନାଲୁ ନିକଟ ଏନଏଚ-୪ରେ ଏକ ମମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କନ୍ନଡ ଟିଭି ଅଭିନେତ୍ରୀ ଶୋଭାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଲୋକପ୍ରିୟ ଟିଭି ଧାରାବାହିକ ମାଗାଲୁ ଜାନାକିରେ ଶୋଭା ଅଭିନେତ୍ରୀ ଥିଲେ। ଶୋଭାଙ୍କ ସମେତ ୭ ଜଣ ଏକ କାର ଯୋଗେ ବେଙ୍ଗାଲୁରୁ ଜିଲାର ବାଦାମି ତାଲୁକରେ ଥିବା ବନାଶଙ୍କରୀ ମନ୍ଦିରକୁ ଯାଉଥିଲେ। ଚିଦ୍ରଦୁର୍ଗାର କୁଞ୍ଚିନାଗାନାଲୁ ଏନଏଚ-୪ରେ ତାଙ୍କ କାର ଚକ ଫାଟଯିବାରୁ ଭାରସାମ୍ୟ ହରାଇ କଡ଼ରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଓ ପୋଲିସ୍‍ ସେମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। କାରରେ ସେମାନଙ୍କ ସହ ଯାତ୍ରା କରୁଥିବା ୩ ଜଣ ବାଳ କଳାକାର ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

Follow by Email
WhatsApp