ଆପୋଲୋ ହସ୍‌ପିଟାଲରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲରେ ଆଜି ସକାଳେ ନିିଆଁ ଲାଗିଛି। ହସ୍‌ପିଟାଲର ୫ମ ମହଲାରେ ନିଆଁ ଲାଗିଥିବା ଜଣାଯାଇଛିି। ନିଆଁ ଲାଗିବା ପରେ ଏହି ମହଲାରେ ଥିବା ରୋଗୀମାନଙ୍କୁ ତଳମହଲାକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ବେଳେ ହଠାତ ଆପୋଲୋ ହସ୍‌ପିଟାଲର ୫ମ ମହଲାରେ ଥିବା ଆଇସିୟୁ ପାଖରେ  ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ହସ୍‌ପିଟାଲ କର୍ତ୍ତୃପକ୍ଷ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ପ୍ରବଳ ଧୂଆଁ ଯୋଗୁଁ ଏବେ ବି ପରିସ୍ଥିତି ଗମ୍ଭୀର ରହିଛି। ଅଗ୍ନିଶମ ଅଧିକାରୀମାନେ ଭିତରେ ପ୍ରବେଶ ପାଇ ଉଦ୍ୟମ ଚଳାଇଛନ୍ତି। ପଞ୍ଚମ ମହଲାରେ ଥିବା ପ୍ରାୟ ୨୦ ଜଣ ରୋଗୀଙ୍କୁ ତଳକୁ ଅଣାଯାଉଥିିବା ସୂଚନା ମିଳିଛି।ତେବେ ଲିଫ୍ଟ ବନ୍ଦ ଥିବାରୁ ରୋଗୀମାନଙ୍କୁ ଷ୍ଟ୍ରେଚରରେ ବାନ୍ଧି ତଳକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି। ତୁରନ୍ତ ଚିକିତ୍ସା ଦରକାର କରୁଥିବା  ଆଇସିୟୁରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଉଛି। ଆପୋଲୋ ହସ୍‌ପିଟାଲ ପରିସରରେ ୫୦ଟି ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଲାଗିଛନ୍ତି।ଘଟଣାସ୍ଥଳରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ପହଞ୍ଚିଛନ୍ତି। ହସ୍ପିଟାଲର ଫାୟାର ଅଡିଟ୍ ନିୟମିତ ହେଉଥିଲା କି ନାହିଁ ତାହା ପୁଲିସ ଯାଞ୍ଚ କରିବ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ ଯେ ଅନୁରୂପ ଭାବେ ୨୦୧୭ ମସିହାରେ ଅଗ୍ନିକାଣ୍ଡ ଘଟି ସମ୍‌ ହସ୍‌ପିଟାଲରେ ମଧ୍ୟ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

Follow by Email
WhatsApp