ବାଜିଲା ନିର୍ବାଚନ ବିଗୁଲ,ଏପ୍ରିଲ ରେ ହେବ ନିର୍ବାଚନ

ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ୍‌ । ୫୪୩ ଲୋକସଭା ଆସନ ଏବଂ ରାଜ୍ୟଗୁଡ଼ିକରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର୍‌ ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି । ଏହା ସହିତ ଆଜିଠାରୁ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି । ମୋଟ୍‌ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ୯୦ କୋଟି ଭୋଟର ଚଳିତ ଥର ମତଦାନ କରିବେ । ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୧ ତାରିଖରେ ହେବ । ଏଥିଲାଗି ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମେ ୨୩ରେ ଏକକାଳୀନ ଭୋଟ୍‌ ଗଣତି ହେବ ।
ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩, ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯, ପଞ୍ଚମ ପର୍ଯ୍ୟାୟ ମେ ୬, ଷଷ୍ଠ ପର୍ଯ୍ୟାୟ ମେ ୧୨ ଏବଂ ଶେଷ ତଥା ସପ୍ତମ ପର୍ଯ୍ୟାୟ ମେ ୧୯ ତାରିଖରେ ହେବ ।

ଓଡ଼ିଶାରେ ଏପ୍ରିଲ ୧୧ରୁ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ହେବ । ଓଡ଼ିଶାରେ ଏପ୍ରିଲ ୧୧, ୧୮, ୨୩ ଓ ୨୯ ତାରିଖରେ ଭୋଟ୍‌ ଗ୍ରହଣ ହେବ ।

ନିର୍ବାଚନ ଖର୍ଚ୍ଚ ନେଇ ଆୟକର ବିଭାଗ ସହ ଆଲୋଚନା । ସବୁ ପୋଲିଂ ବୁଥରେ VVPATର ବ୍ୟବହାର ହେବ । EVMରେ ପ୍ରାର୍ଥୀମାନଙ୍କ ଫଟୋ ରହିବ ଚଳିତଥର NOTAର ବ୍ୟବହାର ହେବ ।PAN କାର୍ଡ଼ ନଥିଲେ ନିର୍ବାଚନ ଲଢ଼ି ପାରିବେନି ପ୍ରାର୍ଥୀ

Follow by Email
WhatsApp