ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳ ପକ୍ଷରୁ ଚୟନ ଘୁଞ୍ଚିଲା

ନୂଆଦିଲ୍ଲୀ,(ଏନଟିପି ବ୍ୟୁରୋ): ଭାରତୀୟ କ୍ରିକେଟ ଦଳ ପକ୍ଷରୁ ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପାଇଁ ଚୟନ ତାରିଖ ଘୁଞ୍ଚାଇ ଦିଆଯାଇଛି। ଶୁକ୍ରବାର ଭାରତୀୟ ଦଳର ଚୟନ ହେବାର ଥିଲା ମାତ୍ର ଏବେ ଏହାକୁ ଆଗକୁ ବଢାଇ ଦିଆଯାଇଛି। ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ୩ଟି ଦିନିକିଆ, ୩ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ମାତ୍ର ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଚୟନ କଣ ପାଇଁ ଘୁଞ୍ଚାଇ ଦିଆଗଲା । ଭାରତ ଫେରିଲେ ଧୋନି…. ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଗୁରୁବାର ଭାରତ ଫେରିସାରିଛନ୍ତି। କୁହାଯାଉଛି ଯେ, ଧୋନୀଙ୍କ ଭବିଷ୍ୟତ ଉପରେ ଆଲୋଚନା ପରେ ହିଁ ଭାରତୀୟ ଦଳର ଚୟନ ହେବ। କଳ୍ପନା ଜଳ୍ପନା ଚାଲିଥିଲା ଯେ, ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଦିନିକିଆ ଓ ଟି-୨୦ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବ। ଅନେକ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ।

ଯଦି ବିରାଟଙ୍କୁ ବିଶ୍ରାମ ଦିଆଯାଏ ତେବେ ରୋହିତ ଶର୍ମାଙ୍କୁ ସୀମିତ ଓଭର ଦଳର ଅଧିନାୟକ କରାଯାଇପାରେ। ରୋହିତଙ୍କୁ ଯଦି ବିଶ୍ରାମ ଦିଆଯାଏ ତେବେ ଦଳର ଅଧିନାୟକ ଦାୟିତ୍ଵ କୋହଲି ସମ୍ଭାଳିବେ। ଅନ୍ୟ ପଟେ ଦ୍ରୁତ ବୋଲର ନବଦୀପ ସୈନୀ ଓ ଖଲିଲ ଅହମ୍ମଦଙ୍କୁ ଦଳରେ ସ୍ଥାନ ମିଳିବା ନିଶ୍ଚିତ। ଭାରତ ପକ୍ଷରୁ ଋଷଭ ପନ୍ତ ଓ୍ଵିକେଟ କିପିଂ କରିବେ ବୋଲି ସୂଚନା ମିଳିଛି ।

ଅଗଷ୍ଟ ୩ ରୁ ଭାରତୀୟ ଦଳର ଓ୍ଵେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ ହେବ। ଏଥିରେ ୩ଟି ଦିନିକିଆ, ୩ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ସାମିଲ। ଅଗଷ୍ଟ ୩ରୁ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହା ପରେ ଅଗଷ୍ଟ ୮ରୁ ଦିନିକିଆ ସିରିଜ୍ ଖେଳାଯିବ। ଅଗଷ୍ଟ ୨୨ରେ ପ୍ରଥମ ଟେଷ୍ଟ ଏବଂ ଅଗଷ୍ଟ ୩୦ରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ଏହି ଗସ୍ତ ପାଇଁ ଭାରତୀୟ ଦଳର ଚୟନ ଜୁଲାଇ ୧୯ରେ ହୋଇପାରେ ବୋଲି ସୂଚନା ମିଳିଛି ।

Follow by Email
WhatsApp