ସେବା ସପ୍ତାହର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର (ଏନଟିପି)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମସପ୍ତାହକୁ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରେ ପଡୁଥିବାରୁ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୪-୨୦ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବ । ସେବା ସପ୍ତାହର ପ୍ରଥମ ଦିନରେ ଆଜି ଭୁବନେଶ୍ୱରସ୍ଥିତ ଭରତପୁରଠାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେବା ସପ୍ତାହର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିଶାଳ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଧାନମନ୍ତ୍ରୀଙ୍କ ଜୀବନଧାରା ଏବଂ ଉପଲବ୍ଧି ସଂପର୍କିତ ଫଟୋ ଟିତ୍ର ପ୍ରଦର୍ଶିତ କରାଯାଇଥିଲା ।
ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ଆମେ ବର୍ଜନ କରିବା ଦରକାର । ଏହି ପ୍ଲାଷ୍ଟିକ ପଦାର୍ଥ ଗୁଡିକ ମାଟିରେ ମିଶି ପାରିବ ନାହିଁ । ବିଶ୍ୱର ପର୍ଯ୍ୟାବରଣ ଜଳବାୟୁ ପରିବର୍ତନରେ ପ୍ଲାଷ୍ଟିକ ପଦାର୍ଥର ଭୂମିକା ଅନେକ ରହିଛି । ଏଣୁ ପଲିଥିନ, କ୍ୟାରିବେଗ, ଚା କପ ଆଦି ପଦାର୍ଥକୁ ବର୍ଜନ କରିବା ଦରକାର ବୋଲି ସେବା ସମିତିର ରାଜ୍ୟ ସଂଯୋଜକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଦେଶରେ ରାଜନୀତିକୁ ସେବାର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସମାଜର ଅନ୍ତିମ ଚରଣରେ ଥିବା ଲୋକଙ୍କୁ ସେବା ଯୋଗାଇ ଦେବା ଭାରତୀୟ ଜନତା ପାର୍ଟିର ମୂଳ ଧର୍ମ । ସେବା ଧର୍ମ ଏବଂ ଭାବନାକୁ ନେଇ ବିଜେପି କାର୍ଯ୍ୟ କରୁଛି । ପ୍ରଧାନମନ୍ତ୍ରୀ ବ୍ୟବସ୍ଥାରେ ପବିବର୍ତନ ଆଣିଛନ୍ତି । ବିଭିନ୍ନ ଯୋଜନାର ସବସିଡି ସିଧା ଲୋକଙ୍କୁ ଆକାଉଂଟରେ ପହଂଚୁଛି । ଲୋକଙ୍କ ସେବାରେ ବିଜେପି ନେତୃବୃନ୍ଦ ମାନେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳିତ କରାଯିବ । ପ୍ରଧାନମନ୍ତ୍ରୀ ୩୬୫ ଦିନ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସମସ୍ତ ଯୋଜନା କିପରି ଲୋକଙ୍କୁ ଲାଭାନ୍ୱିତ କରିବ ସେ ନେଇ ପ୍ରଧାନମନ୍ତ୍ରୀ ସବୁ ସମୟରେ କାର୍ଯ୍ୟ କରିଥାନ୍ତି । ପ୍ରତି ପରିବାରକୁ ଶୌଚାଳୟ, ଛାତ ଘର, ବିଜୁଳୀ, ଉଜଳା ଗ୍ୟାସ ଏବଂ ପାଇପ ଯୋଗେ ପିଇବା ପାଣି ପହଂଚାଇବା ପ୍ରଧାନମନ୍ତ୍ରୀଙ୍କ ସେବା ମନବୃତିର ପରିଚୟ । ସବୁ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨ରୁ ପଦଯାତ୍ରା ଆରମ୍ଭ ହେବ । ବିଜେପି ନେତୃବୃନ୍ଦ ପ୍ରତି ଘରକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ସହ ସେମାନଙ୍କୁ ସେବା ଯୋଗାଇଦେବେ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୩୬୫ ଦିନ ଲୋକସେବା କରାଯିବ ବୋଲି ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନମାରେ ଓଡିଶାବାସୀଙ୍କୁ ସେବା ଯୋଗାଇ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ମୁଖ୍ୟମନ୍ତ୍ରୀ ନିଜ ନାଁ ଲଗାଇ ପ୍ରଚାର କରୁଛନ୍ତି । ସେବା ସପ୍ତାହ ପାଇଁ ବିଜେପି କାର୍ଯ୍ୟକର୍ତମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକଙ୍କୁ ସେବା ଯୋଗାଇ ଦେବା ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି ।
ସ୍ୱାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ଦେଶର ବିକାଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଦେଶର ଗରିବ ସବୁଠୁ ବେଶୀ ଲାଭାନ୍ୱିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଂଚଳରେ ରକ୍ତଦାନ ଶିବିର, ଦିବ୍ୟାଙ୍ଗମାନଙ୍କୁ ଉପକରଣ ବଂଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଜଳ ସଂରକ୍ଷଣ ଓ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବର୍ଜନ କରିବା ସହ ଏହାର ଜନସଚେତନତା ମୋଦିଙ୍କ ଜନ୍ମଦିନରେ ସର୍ବଶ୍ରେÂ ଉପହାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶକୁ ପୁନଃନିର୍ମାଣ କରିବାର ଲକ୍ଷ୍ୟ ‘ସେବା ସପ୍ତାହ’ ମାଧ୍ୟମରେ ସାକାର ହୋଇପାରିବ ଏବଂ ଏଥିପାଇଁ ୧୨୫ କୋଟି ଲୋକଙ୍କୁ ନିଜେ ଦାୟିତ୍ୱ ନେଇ ପାଦେ ଆଗକୁ ବଢିବା ପାଇଁ ପଡିବ ।

ଏହି ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଶ୍ରୀ ଶ୍ୟାମସୁନ୍ଦର ଆଚାର୍ଯ୍ୟ ଏକ ଚିତ୍ରଶିଳ୍ପ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଓ ଜଳ ସଂରକ୍ଷଣ ପାଇଁ ଶପଥପାଠ କରାଇଥିଲେ । ସେବା ସପ୍ତାହ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଉପକରଣ ବଂଟନ କରିଥିଲେ ।
ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ନ ଖୁଂଟିଆଙ୍କ ସଂଚାଳନରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ସେବା ସପ୍ତାହ ରାଜ୍ୟ ସହ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ବରିଷ୍ଠ ବିଜେପି ନେତା ଐର ଖାରବେଳ ସ୍ୱାଇଁ, ପ୍ରଦୀପ ପୁରୋହିତ, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଦିଲୀପ ମହାନ୍ତି, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ ଏବଂ ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବାବୁ ସିଂହ, ବିଶ୍ୱରଂଜନ ବଡଜେନା, କାଳୁ ଖଣ୍ଡାୟତରାୟଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟର ବହୁ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।
Follow by Email
WhatsApp