ସେବାୟତ ସୁଦର୍ଶନଙ୍କୁ ଆଉଜି ଶୋଇବା ଫୋଟୋ ଭାଇରାଲ Posted on 11/07/201911/07/2019 by NTP Bureau Report ପୁରୀ(ଏନ ଟି ପି): ଦଇତାପତି ଙ୍କୁ ନେଇ ପୁଣି ଅଡୁଆ ପରିସ୍ଥିତି।ପୁଣି ଅଡୁଆରେ ଦଇତାପତି। ପୁରୀରେ ଦେବଦଳନ ରଥ ଉପରେ ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଛନ୍ତି ଦଇତାପତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଫଟୋରେ ଦଇତା ନିଯୋଗର ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଫଟୋ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଉଛି। ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋଟି ଚଳିତ ବର୍ଷ ରଥଯାତ୍ରାର କି ପୁରୁଣା ଫଟୋ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏଠି ପ୍ରଶ୍ନ ଉଠୁଛି ଭକ୍ତଙ୍କ ଭାବନାକୁ କୁଠାରଘାତ କରିବାର ଦଇତାପତି ଙ୍କୁ ଅଧିକାର ଦେଲା କିଏ।ଜଗନ୍ନାଥ ,ବଳଭଦ୍ର ମାତା ଶୁଭଦ୍ରା କୋଟି ଓଡ଼ିଆଙ୍କର ଆରାଧ୍ୟ ଦେବତା।ଦଇତାପତି ଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି । Share on FacebookTweetFollow usSave Post Views: 528
Odisha ଅଚ୍ୟୁତଙ୍କୁ ମିଳିଲା ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ NTP Bureau Report 17/03/2019 0 ଭୁବନେଶ୍ବର : ରାଜ୍ୟସଭା ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗୋଟିଏ ଗୋଟିଏ ସମ୍ମାନ ପାଇ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଚାଲିଛନ୍ତି ।ବିଜନେସ ଲାଇନ ଚେଞ୍ଜମେକର ସମ୍ମାନ-୨୦୧୯ରେ […]
Odisha ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର NTP Bureau Report 18/04/2020 0 କନ୍ଧମାଳ,୧୮/୪.(ଏନଟିପି) :କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର […]
Odisha Bijlee Mahotsav set to begin in Odisha NTP Bureau Report 25/07/2022 0 ANGUL(NEWSTIMEPRO): As part of ‘Azadi Ka Amrit Mahotsav’ to commemorate 75 years of India’s Independence, the Ministry of Power in association with the State Government […]