ଧୋନି ଅବସର ନନେବା ପାଇଁ ଟ୍ୱିଟ କରି ଜଣାଇଲେ ଲତା

ମୁମ୍ବାଇ (ଏନ ଟି ପି) (ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ)

ଭାରତୀୟ କ୍ରିକେଟ ଦଳର ବାଦଶାହା କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀଙ୍କ ର ଭାରତୀୟ ଟିମ୍ ର ଆବଶ୍ୟକତା ରହିଛି। କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ତାଙ୍କ ଭିତରେ ଜଣେ ବଡ଼ କ୍ରିକେଟ୍‌ ପ୍ରେମୀ ଏବଂ ଧୋନି ପ୍ରଶଂସକ ହେଉଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍ କର । ସେ ଧୋନିଙ୍କୁ ଅନୁରୋଧ କରିଛନ୍ତି ଏବେ କ୍ରିକେଟ୍‌ରୁ ଅସର ନନେବା ପାଇଁ ।
ଟୁଇଟ୍‌ ଜରିଆରେ ଲତା ଲେଖିଛନ୍ତି ଯେ ଦେଶକୁ ଆପଣଙ୍କ ଖେଳର ଆବଶ୍ୟକତା ରହିଛି । ତେଣୁ ଅବସର କଥା ଆପଣ ମନକୁ ଆଣନ୍ତୁ ନାହିଁ । ସୂଚନା ଅନୁସାରେ, ଭାରତର ସବୁଠାରୁ ସଫଳ କ୍ରିକେଟ୍‌ ଅଧିନାୟକ ଧୋନି ଚଳିତ ବିଶ୍ୱକପ୍‌ ପରେ ଖେଳରୁ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ସେ ନିଜେ ଏ କଥାକୁ ଖଣ୍ଡନ କରିଛନ୍ତି ତେବେ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ହାରିବା ପରେ ଏହି ଚର୍ଚ୍ଚା ଆହୁରି ବଢ଼ି ଯାଇଛି । ଏସବୁକୁ ଦୃଷ୍ଟିରେ ରଖି ଲତା ମଙ୍ଗେସକର ଏହି ଟୁଇଟ୍‌ କରିଛନ୍ତି ।
ସେପଟେ ଚର୍ଚ୍ଚା ହେଉଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅବସର ନେବେ।କିନ୍ତୁ ସେପଟେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏହାକୁ ଖଣ୍ଡନ କରିଛନ୍ତି।ଧୋନି ଙ୍କ ଭାରତୀୟ ଟିମ ପାଇଁ ଆବଶ୍ୟକତା ରହିଛି ଧୋନି ହେଉଛନ୍ତି ଭାରତୀୟ କ୍ରିକେଟ ଦଳ ପାଇଁ ସଂଜୀବନି ସଦୃଶ ।ଦଳକୁ ତାଙ୍କର ଆବଶ୍ୟକତା ରହିଛି ।ଧୋନୀଙ୍କ ଫ୍ୟାନ ମାନେ ମଧ୍ୟ ଧୋନି ଅବସର ନନେଇ ଭାରତୀୟ କ୍ରିକେଟ ଦଳକୁ ନୂଆ ଦିଶା ଦିଅନ୍ତୁ।
Follow by Email
WhatsApp