ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଓଡିଶାର ବ୍ୟବସାୟୀ ତାରା ପଟ୍ଟନାୟକ

ଭୁବନେଶ୍ୱର: : ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି କେଉଁଝର ମାଟିର ପୁଅ ତଥା ଓଡିଶାର ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ। ନିକଟରେ ହୁରୁନ india ଦ୍ୱାରା ପ୍ରକାଶ ପାଇଥିବା ଦେଶର ଧନୀ ତାଲିକାରେ ସ୍ଥାନ ପାଇଛନ୍ତି ଓଡିଆ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ। ତାରା ରଞ୍ଜନ ପଟ୍ଟନାୟକ ହେଉଛନ୍ତି ଫାଲକନ ମେରାଇନ ଆଣ୍ଡ ଏକ୍ସପୋର୍ଟସର ପ୍ରତିଷ୍ଠାତା ତାରା ରଞ୍ଜନ ପଟ୍ଟନାୟକ। 

ହୁରନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ର ୫୪୦ତମ ସ୍ଥାନରେ ତାରା ରଞ୍ଜନ ପଟ୍ଟନାୟକ । ୪ ହଜାର ୯୦୦ କୋଟି ଟଙ୍କାର ସମ୍ପତ୍ତି ସହିତ ଫାଲକନ ମେରାଇନ ଏକ୍ପପୋର୍ଟର ପ୍ରମୋଟର ତାରା ରଞ୍ଜନ ପଟ୍ଟନାୟକ ଏବଂ ପରିବାରକୁ ହୁରନ ଇଣ୍ଡିଆ ରିଚ୍ ଲିଷ୍ଟ-୨୦୨୪ର ୫୪୦ତମ ସ୍ଥାନରେ ସ୍ଥାନିତ କରିଛି ।1985 ମସିହାରୁ ଆରମ୍ଭ ହୋଇଥିବା falcon group ଆଜି ବିଶ୍ୱ ଦରବାରରେ ପହଂଚିପାରିଛି

ଦୀର୍ଘ ୪୦ ବର୍ଷ ଧରି ବ୍ୟବସାୟ କରୁଥିବା ଫାଲକନ ଗ୍ରୁପ୍ ଦେଶର ବୃହତ୍ତମ ସାମୁଦ୍ରିକ ଖାଦ୍ୟ ରପ୍ତାନୀକାରୀ ସଂସ୍ଥା ଭାବେ ଉଭା ହୋଇଛି । ଏଥିସହିତ ବିଶ୍ବର ବିଭିନ୍ନ ଦେଶକୁ ମଧ୍ୟ ନିଜ ବ୍ୟବସାୟ ବିସ୍ତାର କରିଛି । ସି ଫୁଡ୍ ସହିତ ଆନିମଲ ଫିଡ୍ସ, ଟ୍ରେଡିଂ, ରିଅଲ ଏଷ୍ଟେଟ୍ ଆଦି କ୍ଷେତ୍ରରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ଦୁବାଇରେ ଅଗ୍ରଣୀ ସଂସ୍ଥା ଭାବେ ପରିଚିତ ହୋଇଛି ।

ହୁରନ ଇଣ୍ଡିଆର ଏହି ତାଲିକାରେ ରହି ତାରା ଭାରତୀୟ ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି । ଆଦାନୀ, ଅମ୍ବାନୀଙ୍କ ପରି ପ୍ରତିଷ୍ଠିତ ଶିଳ୍ପପତି ଏହି ତାଲିକାର ଯଥାକ୍ରମେ ୧ ନମ୍ବର ଏବଂ ୨ ନମ୍ବର ସ୍ଥାନରେ ଥିବା ବେଳେ ତାରା ଓ ପରିବାର ଏଥିରେ ସ୍ଥାନିତ ହେବା ରାଜ୍ୟ ପାଇଁ ଗର୍ବର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *

Follow by Email
WhatsApp