୩୮ ବର୍ଷରେ ପାଦ ଥାପିଲେ ମାହି

ଭୁବନେଶ୍ୱର (ଏନଟିପି) (ସ୍ମୃତିଲିପି ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ) :

୩୮ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ମାହି ଓ କ୍ୟାପେଟନ କୁଲ ଭାବେ ପରିଚିତ ଧୋନିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ମଧ୍ୟ ଧୋନିକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ ଖେଳାଳୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୮୧ଜୁଲାଇ ଆଜିର ତାରିଖରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ଧୋନି ।
୨୦୦୪ମସିହାରେ ଡିସେମ୍ବର ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ ମାହି ।୨୦୦୫ମସିହାରେ ଡିସେମ୍ବର ୨ତାରିଖରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦିନିକିଆ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଧୋନି । ଦିନିକିଆରେ ଏବେସୁଦ୍ଧା ୩୪୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୦,୭୨୩ ରନ୍ କରିଛନ୍ତି । ୧୦ଟି ଶତକ ସହ ୧୮୩ରନ୍ ହେଉଚି ଧୋନୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୯୦ଟି ଟେଷ୍ଟରେ ୪୮୭୬ରନ୍ ସଂଗ୍ରହ କରିଛନ୍ତି । ଓ୍ଵିକେଟ୍ ପଛରେ ଧୋନୀଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଧୋନି । ଭାରତକୁ ଟି-୨୦ବିଶ୍ୱକପ୍, ୨୦୧୧ଦିନିକିଆ ବିଶ୍ୱକପ୍ , ଚମ୍ପିଆନ ଟ୍ରଫି ଦେଇଛନ୍ତି ଧୋନି । ଚଳିତ ବିଶ୍ୱକପ୍ ରେ ମଧ୍ୟ ଧୋନିଙ୍କ ଭୂମିକା ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରିଛି।

News Time Pro ଟିମ ତରଫରୁ ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

Follow by Email
WhatsApp