ଓଡ଼ିଶାରେ ବିଜେପିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ଏନ ଟି ପି) :

ଦୃଢ ସଂଗଠନ ମାଧ୍ୟମରେ ଓଡିଶାବାସୀଙ୍କ ବିଶ୍ୱାସ ଜିତି ହେବ । ତେଣୁ ବିଶ୍ୱାସ ଜିତିବା ପାଇଁ ଦୃଢ ସଂଗଠନ ଜରୁରୀ ବୋଲି ଓଡିଶାରେ ବିଜେପି ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହଛନ୍ତି ଯେ ଜନସଂଘର ପ୍ରତିଷ୍ଠାତା ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନଦିବସରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ବନାରସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ବିଶ୍ୱର ସବୁଠୁ ବଡ ଦଳ ଭାରତୀୟ ଜନତା ପାର୍ଟିର ୧୧ କୋଟି ସଦସ୍ୟ ରହିଥିବା ବେଳେ ପୁନର୍ବାର ଏହାକୁ ସଦସ୍ୟକୁ ବୃଦ୍ଧି କରିବା ପାଇଁ ଏହାର ଅଭିଯାନ ଓଡିଶା ସମେତ ଦେଶରେ ଆରମ୍ଭ ହୋଇଛି । ଓଡିଶାର ଏକାମ୍ର ବିଧାନସଭା କ୍ଷେତ୍ର ଭୀମଟାଙ୍ଗୀ ଅଂଚଳରେ ଏହାକୁ ଆରମ୍ଭ କରାଯାଇଛି ।  
ଧର୍ମେନ୍ଦ୍ର କହିଛନ୍ତି ଯେ ଏଥର ନିର୍ବାଚନରେ ୩୭ ହଜାର ସଦସ୍ୟତାଙ୍କ ପାଇଁ ଓଡିଶାରେ ପାଖାପାଖି ୧ କୋଟି ଭୋଟ ବିଜେପିକୁ ମିଳିିଥିଲା । କିନ୍ତୁ ସରକାର ଗଢିବା ପାଇଁ ପୂର୍ଣ୍ଣାଙ୍ଗ ସଫଳତା ମିଳିଲା ନାହିଁ । ଯଦି ଏହି ସଂଖ୍ୟାକୁ ବଢାଯିବ ତେବେ ପରବର୍ତୀ ନିର୍ବାଚନରେ ଭୋଟ ସଂଖ୍ୟା ଦେଢ କୋଟିକୁ ଟପିପାରେ । ତେଣୁ ଆଗାମୀ ଦିନରେ ଆଉ ଦେଢ କୋଟି ଲୋକଙ୍କ ସମର୍ଥନ ପାଇଁ ଦଳ ପକ୍ଷରୁ ଉଦ୍ୟମ କରାଯିବ । ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ ବୁଥ୍ କୁ ଯାଇ ସକ୍ରିୟ ଭୂମିକା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ବିଜେପି ସରକାର କରିବାକୁ ହେଲେ ୩୭,୦୦୦ ବୁଥରେ ୫୧ ପ୍ରତିଶତ ଭୋଟର ଆବଶ୍ୟକତା ରହିଛି । ବିଜେପିର ୧୨୦+ ମିଶନ ପୂରା କରିବାକୁ ହେଲେ ଏଥର ସଦସ୍ୟତାକୁ ୫୦ ଲକ୍ଷ କରିବା ପାଇଁ ପଡିବ । ସମସ୍ତ ବୁଥରେ ସଂଗଠନକୁ ମଜବୁତ କରିବା ପାଇଁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  
ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ସଂଗଠନ ପର୍ବରେ ଦୁଇଟି ବିଷୟ ଅଧିକ ଯୋଡାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପଂଚବଟି ନିର୍ମାଣ କରିବାର ଆହ୍ୱାନ ଅନୁଯାୟୀ ସବୁ ବୁଥରେ ୫ଟି ବୃକ୍ଷରୋପଣ କରାଯିବ । ଏହା ସହ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଯୋଡାଯିବ । ସାମାଜିକ ସମେବଦନା ତିଆରି କରିବା ଆମର ଉଦ୍ଦେଶ୍ୟ ରହିଛି । ରାଜନୀତି କାର୍ଯ୍ୟକର୍ତା କେବଳ ବିରୋଧ ଓ ସମର୍ଥନ ଭିତରେ ନିଜକୁ ସମର୍ଥନ ନରଖି ସମାଜ ପ୍ରତି ସମ୍ବେଦନଶୀଳ ହେଉ । ଏହା ବିଜେପି ସଂଗଠନ ପର୍ବର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଶାରେ ସଶକ୍ତ, ମଜବୁତ ସଂଗଠନ ତିଆରି କରିବା ଆମର ଲକ୍ଷ୍ୟ ରହିଛି ।  ଏହାର ପ୍ରଥମ ସର୍ତ ସଂଗଠନକୁ ମଜବୁତ କରିବା ପାଇଁ ପଡିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତ ଥର ୫ ଲକ୍ଷ ଟ୍ରିଲିୟନ ଅର୍ଥନୀତିର ଲକ୍ଷ୍ୟ ରଖାଯାଇଛି । ୫ ଟ୍ରିଲିୟନ ଅର୍ଥନୀତି ହେଲେ ଓଡିଶାର ଭାଗ ୧ ଟ୍ରିଲିୟନ ହେବ ବୋଲି ସେ କହିଛନ୍ତି ।   ବିଜେପି ପ୍ରତି ସାଧାରଣ ଜନତାଙ୍କ ଆଗ୍ରହ ବଢିଛି । ସାଧାରଣ ନିର୍ବାଚନରେ ଏହା ପ୍ରମାଣିତ ହୋଇଛି । ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ଏହା ସମ୍ଭବ ହୋଇଛି । ୧୩୦ କୋଟି ଭାରତୀୟ ଓ ସାଢେ ୪ କୋଟି ଓଡିଆଙ୍କ ଭାଗରେ ପରିବର୍ତନ କରିବା ପାଇଁ ହେଲେ ଏକ ସଶକ୍ତ ନିର୍ଣ୍ଣାୟକ ସରକାର କରିବାର ଆବଶ୍ୟକତା ଅଛି । ଭାରତୀୟ ଜନତା ପାର୍ଟି ହିଁ ଏକ ସଶକ୍ତ ସରକାର ଦେଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।  ଓଡିଶାର କୃଷିକୁ ଏକ ନୂଆ ଢାଂଚାକୁ ନେବା ପାଇଁ କୃଷି ଉତ୍ପାଦନକାରୀ ସଂସ୍ଥା ବହୁତ ବଡ ମାଧ୍ୟମ ହେବ । ସେହିପରି ଓଡିଶାର ମହିଳା ସ୍ୱୟଂ ସହାୟକ ସମୂହ ମାନଙ୍କୁ ମୁଦ୍ରା ଯୋଜନାରେ ଲୋନ୍ ସହ ଯୋଡିବା, ସବୁ ସଦସ୍ୟାଙ୍କୁ ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ପହଁଚାଇବା ଓଡିଶାର ମହିଳା ମାନଙ୍କୁ ଲାଭ ଦେବ ।
Follow by Email
WhatsApp