ଖଟିଆରେ ବୁହା ହେଲେ ରୋଗୀ, ସରକାର ପାଲଟିଛନ୍ତି ନିଦାବିଷ୍ଣୁ

ଭୁବନେଶ୍ୱର (ଏନଟିପି):

ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ଇତି ମଧ୍ୟରେ ନିଜ ନିଜର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଦାନ କରିଛନ୍ତି।କିନ୍ତୁ ଏଠିପ୍ରଶ୍ନ ଉଠୁଛି ଯେ ଖଟିଆରେ ବୁହା ହେବା ଘଟଣା ହେଉ କି ଅନ୍ୟ କିଛି ସମସ୍ୟା ବିଷୟରେ ନିଜ ନିଜ ରିପୋର୍ଟ ରେ ଉଲ୍ଲେଖ କରିଛନ୍ତି କି ମନ୍ତ୍ରୀ ମହୋଦୟ ମାନେ।ଖଟିଆରେ ବୁହା ହେଲେ ମହିଳା। ଦିଗପହଣ୍ଡି ବ୍ଲକ ଏସ.ଟିକରପଡା ପଂଚାୟତ ଘାସିଆମ୍ବ ଗ୍ରାମର ମନି ମଣ୍ଡଳ ଗାଁ ନିକଟସ୍ଥ ପାହାଡ଼କୁ ଯାଇ ଥିବା ବେଳେ ଗୋଡ ଖସି ଯିବାରୁ ଗୋଡ ଭାଙ୍ଗି ଯାଇଥିଲା। ଗାଁ କୁ ପକ୍କା ରାସ୍ତା ନ ଥିବାରୁ ପୂର୍ବରୁ ବହୁ ସମୟରେ ଆମ୍ବୁଲାନ୍ସକୁ ଡାକିଲେ ବି ଆସିବା ସମ୍ଭବ ପର ହେଉନଥିଲା। ପରେ ଅଟୋ ଯୋଗେ ନେବାକୁ ଚେଷ୍ଟା କରାଯାଇଥିଲେ ବି ରାସ୍ତା କାଦୁଅ ହୋଇଥିବାରୁ ଅଟୋ ଗାଁ ଭିତରକୁ ଯିବା ଅସମ୍ଭବ ହୋଇଥିଲା। ଶେଷରେ ଗାଁ ଲୋକେ ଏକ ଖଟିଆରେ ମହିଳାଙ୍କୁ ନେଇ ଦୀର୍ଘ 1 କିମି ବୋହି ଆଣି ବାରିଗାଁ ସ୍ଥିତ ଆରଡ଼ି ରୋଡ଼ ଯାଏଁ ଆଣିଥିଲେ। ପରେ ସେଠାରୁ ଅଟୋ ଯୋଗେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲ୍ ରେ ଭର୍ତି କରାଯାଇଛି। ଗାଁ କୁ ଦୀର୍ଘ 60 ବର୍ଷ ହେଲା ପକ୍କା ସଡକ ନଥିବାରୁ 300ରୁ ଉର୍ଧ୍ବ ଲୋକେ ହଇରାଣ ହେଉଥିବା ବେଳେ ବର୍ଷା ହେଲେ ଯିବା ଆସିବାରେ ଅସୁବିଧା ହେଉଥିବା କଥା କହିଛନ୍ତି ଗ୍ରାମବାସୀ।ଖୋଦ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀର ଯଦି ଚିତ୍ର ଏମିତି ତେବେ ଅନ୍ୟ ଦୁର୍ଗମ ଅଂଚଳର ସ୍ଥିତି କେତେ ସଙ୍ଗିନ ଥିବା ତାହା ଏଥିରୁ ଅନୁମାନ କରିହେଉଛି।

Please Open This Link

Follow by Email
WhatsApp