ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଙ୍କ ନାମରେ କାହିଁକି ଜାରି ହେଲା ୱାରେଣ୍ଟ……

ଭୋପାଳ:(NEWS TIME PRO)

ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଓ୍ଵାରେଣ୍ଟ (BAILABLE WARRENT)ଜାରି । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଏହି ଗିରଫ ପରଓ୍ଵାନା ଜାରି କରିଛି ଭୋପାଳର ଏକ କୋର୍ଟ । ମଧ୍ୟପ୍ରଦେଶ ଭୋପାଳରେ ସମ୍ବିତ ପାତ୍ର ଏବଂ ଅନ୍ୟତମ ବିଜେପି ନେତା ଏସ୍‌.ଏସ୍‌ ଉପ୍ପଲଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଥିଲା । ତେବେ ଉପ୍ପଲଙ୍କୁ କୋର୍ଟରୁ ୫ ହଜାର ଟଙ୍କା ମୁଚାଲିକାରେ ଜାମିନ ମିଳି ସାରିଛି । ସେ ନିଜେ କୋର୍ଟରେ ଉପସ୍ଥିତ ରହିଥିବା ସମ୍ବିତ ପାତ୍ର ଅନୁପସ୍ଥିତ ରହିଥିଲେ ।
ସାମାଜିକ କର୍ମୀ ଭୁବନେଶ୍ୱର ପ୍ରସାଦ ମିଶ୍ର ଗତ ନଭେମ୍ବର ୧ ତାରିଖରେ ସମ୍ବିତ ପାତ୍ର ଏବଂ ଉପ୍ପଲଙ୍କ ବିରୋଧରେ କୋର୍ଟରେ ଏକ ଅଭିଯୋଗ ଦାଖଲ କରିଥିଲେ । ଉଭୟେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ଏବଂ ମାମଲାରେ ପୋଲିସ୍‌ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ବୋଲି ଭୁବନେଶ୍ୱର ପ୍ରସାଦ କୋର୍ଟରେ ଦର୍ଶାଇଥିଲେ । ଏହାପରେ କୋର୍ଟ ପୋଲିସ୍‌ ଉପରେ ବର୍ଷିଥିଲେ । କୋର୍ଟଙ୍କା ନିର୍ଦ୍ଦେଶ ପରେ ଦୁଇ ବିଜେପି ନେତାଙ୍କ ବିରୋଧରେ ପୋଲିସ୍‌ ଚାର୍ଜସିଟ୍‌ ଦାଖଲ କରିଥିଲା ।
ଘଟଣା ଏମିତି ଘଟି ଥିଲା ଯେ ଗତ ଅକଟୋବର ୨୭ ତାରିଖରେ ସମ୍ବିତ ପାତ୍ର ଭୋପାଳର ଏମ୍‌ପି ନଗର ଅଞ୍ଚଳରେ ରାସ୍ତା କଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିପାଇଁ ଦିନ ଗୋଟାଏରୁ ପୋଲିସ୍‌ ଅନୁମତି ଥିବା ବେଳେ ସାମ୍ବାଦିକ ସମ୍ମିଳନୀ ଏହା ପୂର୍ବରୁ ୧୨ଟା ବେଳେ କରିଥିଲେ । ଯାହାକୁ ନେଇ କଂଗ୍ରେସ ପକ୍ଷରୁ ଆପତ୍ତି କରାଯାଇଥିଲା । ରାସ୍ତା ବନ୍ଦ କରି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ବୋଲି F I R ରେେ ଉଲ୍ଲେଖ କରାଯାଇଥିଲା । ଅବଶ୍ୟ ଏଥିରେ ପ୍ରଥମେ କେବଳ ଉପ୍ପଲଙ୍କ ନାଁ ଥିବା ବେଳେ ପରେ ସମ୍ବିତ ପାତ୍ରଙ୍କ ନାଁ ଯୋଡ଼ା ଯାଇଥିଲା ।
ଓଡ଼ିଶାର ସମ୍ବିତ ପାତ୍ର ହେଉଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ସଦସ୍ୟ ଓ ମୁଖପାତ୍ର ।

Follow by Email
WhatsApp