କଂଗ୍ରେସକୁ ପୁରିଲା ୧୩୪ ବର୍ଷ…କର୍ମୀଙ୍କୁ କଣ ମିଳିଲା ମନ୍ତ୍ର……

୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି। ଏକାଠି ହୋଇ ନିର୍ବାଚନ ଲଢିବାକୁ ଆହ୍ଵାନ। କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ଅନନ୍ତ ସେଠୀ ଓ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।ଛତିଶଗଡ଼,ରାଜସ୍ତାନ ଓ ମଧ୍ୟପ୍ରଦେଶ ରେ କଂଗ୍ରେସ ସରକାର ଆସିବା ପରେ ସମସ୍ତ କଂଗ୍ରେସ କର୍ମୀ ଉତ୍ସାହୀ।ସେପଟେ ଦିଲ୍ଲୀରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧି କର୍ମୀଙ୍କୁ ମନ୍ତ୍ର ଦେଓଥିଲେ।

Follow by Email
WhatsApp