ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ମିଳିଲା ନାଲକୋ ସଙ୍ଗୀତ ସୁଧା ସମ୍ମାନ

ଭୁବନେଶ୍ୱର: ପ୍ରସିଦ୍ଧ ବଂଶୀ ବାଦକ ପଦ୍ମ ବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କୁ ନାଲକୋ ସଙ୍ଗୀତ ସୁଧା ସମ୍ମାନ ପ୍ରଦାନ କରାଯାଇଛି। ଦ୍ୱାଦଶ ଚୌଷଠି ଯୋଗିନୀ ମହୋତ୍ସବ ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶାର କଳା ସଂସ୍କତି ବିକାଶ ପାଇଁ ନାଲ୍‌କୋ ନିରନ୍ତର ଭାବେ ପ୍ରଚେଷ୍ଟା ଜାରି ରଖିଥିବା ଚାନ୍ଦ ଏହି ଅବସରରେ ସୂଚନା ଦେଇଛନ୍ତି। ରାଜ୍ୟର ଐତିହ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ବୁଝାମଣାପତ୍ର ସ୍ବାକ୍ଷର କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି। 

Follow by Email
WhatsApp