ତୁଳସୀକ୍ଷେତ୍ରରେ କିଏ ମାରିବ ବାଜି,କାହା ଦଖଲକୁ ଯିବ ବିରଜା କ୍ଷେତ୍ର ;ବାଲେଶ୍ୱରରେ କଣ ରହିବ ଭୋଟରଙ୍କ ମୁଡ଼ ,କାହା ସପକ୍ଷରେ ଯିବ ଜନମତ।

କେନ୍ଦ୍ରାପଡା(ଏନଟିପି) :

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଗୋଟିଏ ଦିନ ବାକି।କାହା ସପକ୍ଷରେ ଯିବ ଜନମତ।କେନ୍ଦ୍ରାପଡ଼ାରେ କିଏ ମାରିବ ବାଜି? ମେ ୨୩ ତାରିଖରେ ଜଣାପଡ଼ିବ ତୁଳସୀ କ୍ଷେତ୍ରରେ କାହାର ଦମ୍ କେତେ। ସୋମବାର ଏଠାରେ ନିର୍ବାଚନ ଥିବା ବେଳେ ଆଜି ପ୍ରଚାରର ଶେଷ ଦିନରେ ହାଇଭୋଲଟେଜ୍ କ୍ୟାମ୍ପେନ୍ ଦେଖିବାକୁ ମିଳିଥିଲା। ବିଜେଡି ସୁପ୍ରିମୋ ଦଳ ପାଇଁ ଭୋଟ୍ ମାଗିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀ ବି ନିଜ ପାଇଁ ଯୋଗାଡ କରିଥିଲେ ବିପୁଳ ସମର୍ଥନ।

ପ୍ରଚାରର ଶେଷ ଦିନରେ ଉଠୁଥିଲା ପଡୁଥିଲା ତୁଳସୀ କ୍ଷେତ୍ର। କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ୬ଟି ନିର୍ବାଚନ ମଣ୍ଡଳୀରେ ହାଇଭୋଲଟେଜ୍ ପ୍ରଚାର କରିଥିଲେ ବିଭିନ୍ନ ଦଳର ପ୍ରାର୍ଥୀ। ଭୋଟ୍ ମାଗୁଥିଲେ ଷ୍ଟାର କ୍ୟାମ୍ପେନର୍। ବାଇକ୍ ରାଲି, ରୋଡ୍ ସୋରେ ଜନମତ ଯୋଗାଡ଼ କରିଥିଲେ ପ୍ରାର୍ଥୀ। ବୁଲିଥିଲେ ଗାଁରୁ ଗାଁ, ଘର ଘରକୁ। ଏବେ ଭରସା ଜନତା ଜନାର୍ଦ୍ଦନ। ସେମାନଙ୍କ ଭୋଟ୍ ନିର୍ଦ୍ଧାରଣ କରିବ ନେତାଙ୍କ ଭାଗ୍ୟ ଓ ଭବିଷ୍ୟତ।ଶେଷଦିନରେ ବିଜେପି ପାଇଁ ପ୍ରଚାର କରିଥିଲେ ଅମିତ ଶାହା।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାମିଲ ଥିଲେ ଷ୍ଟାର ପ୍ରଚାରକ।

election 2

ଶେଷ ଦିନରେ କେନ୍ଦ୍ରାପଡ଼ାରେ ପ୍ରଚାରକୁ ଜୋରଦାର କରିଥିଲା କଂଗ୍ରେସ ଓ ବିଜେପି। ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ସାଙ୍ଗରେ ନେଇ ଭୋଟ୍ ଭିକ୍ଷା କରିଥିଲେ ନେତା। ସାଉଁଟିଥିଲେ ସମର୍ଥନ। ଭୋଟରଙ୍କ ମନ ଜିଣିବାକୁ ସବୁ ପ୍ରକାର ଉଦ୍ୟମ କରିଥିଲା ପ୍ରାର୍ଥୀ। ବିଜୟ ନେଇ ବି ଆଶାବାଦୀ ଅଛନ୍ତି।

୧୯୯୯ରୁ କ୍ରମାଗତ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନିଜ କବଜାରେ ରଖି ଆସିଛି ବିଜେଡି। ମହାକାଳପଡ଼ାରୁ ବିଜେଡି ପ୍ରାର୍ଥୀ ଅଛନ୍ତି ଅତନୁ ସବ୍ୟସାଚୀ ନାୟକ। ଆଳିରେ ପ୍ରତାପ ଦେବଙ୍କ ସହ କଂଗ୍ରେସର ଦେବେନ୍ଦ୍ର ଶର୍ମା, କେନ୍ଦ୍ରାପଡ଼ାରେ ବିଜେଡିର ଶଶିଭୂଷଣ ବେହେରାଙ୍କ ସହ କଂଗ୍ରେସର ଗଣେଶ୍ୱର ବେହେରା, ରାଜନଗରରେ ବିଜେଡିର ଧ୍ରୁବ ସାହୁଙ୍କ ସହ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହେଉଛି। ଏଠାରେ ବିଜେପି ନିଜ ସ୍ଥିତି ଜାହିର କରିବାକୁ ସଂଘର୍ଷ କରୁଛି। ମାହାଙ୍ଗାରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ମେ ୨୯ ତାରିଖରେ ସ୍ପଷ୍ଟ ହେବ କିଏ ଜିତିବ କେନ୍ଦ୍ରାପଡ଼ା ବାଜି।

election

ଥମିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର। ରୋଡ ସୋ, ସଭା, ଶୋଭାଯାତ୍ରା ସହ ଡୋର ଟୁ ଡୋର କ୍ୟାମ୍ପେନରେ କମ୍ପିଥିଲା ଉପକୂଳ ଓ ଉତ୍ତର ଓଡ଼ିଶା। ଭୋଟରଙ୍କ ସମର୍ଥନ ହାସଲ ପାଇଁ ପ୍ରାର୍ଥୀ କରିଥିଲେ ଜୋରଦାର ପ୍ରଚାର। ନିଜ ନିଜ ଦଳ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ବହୁ ହେଭିୱେଟ୍ ନେତା।

ଯାଜପୁର ଗଡ଼ ହାତେଇବ କିଏ ?

ଥମିଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ଯାଜପୁର ସଂସଦୀୟ କ୍ଷେତ୍ରରେ ହେଭିୱେଟ ନେତାଙ୍କ ପ୍ରଚାରରେ କମ୍ପିଛି ମୈଦାନ। ବଡ଼ଚଣା ଆସନରେ ଆସନରେ ଶେଷଦିନରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ। ରୋଡ ସୋ ଓ ସଭା ମାଧ୍ୟମରେ ଭୋଟରଙ୍କ ନିକଟତର ହେବାକୁ ସବୁ ପ୍ରୟାସ ଲଗାଇଦେଇଛନ୍ତି। ଲୋସକସଭା ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ପ୍ରାର୍ଥୀ ଅମର ଶତପଥୀଙ୍କ ପାଇଁ କ୍ୟାମ୍ପେନ କରିଥିଲେ ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ବରି ଆସନରେ ଲୋକଙ୍କ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଡୋର ଟୁ ଡୋର କ୍ୟାମ୍ପେନ କରିଛନ୍ତି ବିଜେଡି ବିଧାୟିକା ପ୍ରାର୍ଥୀ ସୁନନ୍ଦା ଦାସ। ଧର୍ମଶାଳା ଆସନରେ ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ରୋଡ ସୋ କରି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଲୋକଙ୍କ ସମର୍ଥନ ଓ ବିଜେଡିର ବିକାଶ ତାଙ୍କୁ ବିଜୟ ଆଣିହେବ ବୋଲି ସୋ କହିଛନ୍ତି। ସେପଟେ ଯାଜପୁର ଆସନରେ ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ପାଇଁ ପ୍ରଚାର କରିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

କାହା ସପକ୍ଷରେ ଯିବ ବାଲେଶ୍ୱର ର ଜନମତ ?

ବାଲେଶ୍ୱରରେ ପ୍ରଚାରର ଶେଷ ଦିନରେ ଲୋକଙ୍କ ପାଖରେ ପହଞ୍ଚିବାକୁ ହୋଇଛି ଜୋରଦାର କ୍ୟାମ୍ପେନ। ରୋଡ ସୋ ଦ୍ୱାରା ଓଲିଉଡ ଷ୍ଟାର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଭଦ୍ରକର ବାସୁଦେବପୁର ଆସନରେ ସିନେତାରକାଙ୍କୁ ନେଇ ପ୍ରଚାର କରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ। ହଜାର ହଜାର କର୍ମୀଙ୍କ ସହ ରୋଡ ସୋ ମାଧ୍ୟମରେ କରିଥିଲେ କ୍ୟାମ୍ପେନିଂ। ଧାମନଗର ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାସ କରିଛନ୍ତି ରୋଡ ସୋ।

ଚାନ୍ଦବାଲିରେ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ। ବିଶାଳ ମୋଟର ସାଇକେଲ ରାଲିରେ ୧୦ହଜାରରୁ ଅଧିକ ସମର୍ଥକଙ୍କ ପ୍ରଚାକର କରିଛନ୍ତି ବ୍ୟୋମକେଶ। ବିଜେଡି ସରକାର ଚାନ୍ଦବାଲିରେ ବିକାଶକୁ ତ୍ୱରାନ୍ଵିତ କରିଥିବାକୁ ବିଜୟ ନେଇ ଆଶାବାଦୀ। ପ୍ରଚାରର ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ପ୍ରଚାର କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସ।

Follow by Email
WhatsApp