କେମିତି ମଲା କଲରାପତରିଆ ବାଘ

ଅନୁଗୋଳ(ଏନଟିପି)

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ସଂରକ୍ଷିତ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଗାଁ ର କିଛି ଲୋକ ଜଙ୍ଗଲକୁ ଯାଇଥିବାବେଳେ ବାଘ ମରି ପଡିଥିବା ଦେଖିବାକୁ ପାଇଥିଲେ । ଗାଁ ଲୋକ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତେବେ ଏହି କଲରାପତରିଆ ବାଘ ମୃତ୍ୟୁର କାରଣ ଜଣା ପଡି ନାହିଁ । ମୃତ ବାଘର ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି ।ଅନୁଗୋଳ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ବାଘ ମୃତ୍ୟୁ ବନବିଭାଗର ନିଦ ହଜାଇଦେଇଛି।ଏଥିପାଇଁ ଦାୟୀ କିଏ ତାର କାରଣ ଖୋଜୁଛି ବନବିଭାଗ।

Follow by Email
WhatsApp