ନିରଞ୍ଜନ ଙ୍କ ଉପରେ କାହିଁକି ବର୍ଷିଲେ ସୁର Posted on 21/04/201921/04/2019 by NTP Bureau Report ନରସିଂହପୁର(ଏନଟିପି) ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ପୂର୍ବତନ ବିଧାୟକ ପାର୍ଥି ସୁରେନ୍ଦ୍ର କୁମାର ନନ୍ଦ, ରବିବାର କଂଗ୍ରେସ ଦଳ ଛାଡି ବିଜେଡ଼ି ଦଳ ଶଙ୍ଖ ଚିହ୍ନ କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି,ଏନେଇ ରବିବାର ସନ୍ଧ୍ୟାରେ ନରସିଂହପୁର ପଞ୍ଚମୁଖୀ ଛକ ନିକଟରେ ଏକ ସଭାର ଆୟୋଜନ କରିବା ସହ ଘୋଷଣା କରିଛନ୍ତି ସୁରେନ୍ଦ୍ର ନନ୍ଦ, ଶ୍ରୀ ନନ୍ଦ କହିଛନ୍ତି ଯେ ମୁଁ ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ, ମାତ୍ର କଂଗ୍ରେସ ଦଳ ମୋ ପ୍ରତି ବାରମ୍ବାର ଅନ୍ୟାୟ କରିଛି, 2009 ରେ ମୁଁ କଂଗ୍ରେସ ଦଳ ରୁ ନିର୍ବାଚନ ଲଢ଼ି 42 ହଜାର ରୁ ଉର୍ଦ୍ଧ୍ବ ଭୋଟ୍ ପାଇଥିଲି ମାତ୍ର 2014 ରେ ତତ୍ କାଳୀନ ପିସିସି ସଭାପତି ଜୟଦେବ ଜେନା ମୋତେ ଟିକେଟ ନଦେଇ 2000 ରେ ମାତ୍ର 11 ହଜାର ଭୋଟ୍ ପାଇଥିବା ଜଣେ ପାର୍ଥି ଙ୍କୁ ଦଳ ଟିକେଟ ଦେଇଥିଲା ସେହିପରି ଚଳିତ ନିର୍ବାଚନ ରେ ମଧ୍ୟ ଜଣେ ବିଦେଶୀ ଙ୍କୁ ଦଳ ଟିକେଟ ଦେଇ ଘୋଡ଼ା ବେପାର କରିଛି, ପିସିସି ସଭାପତି ଜଣେ ବେଇମାନ ବୋଲି ଶ୍ରୀ ନନ୍ଦ କହିବା ସହ ତାଙ୍କ ପାଇଁ ବଡମ୍ବା-ନରସିଂହପୁର ବ୍ଲକ ର 75 ଟି ପଞ୍ଚାୟତ ର ପ୍ରାୟ ଏକ ହାଜର ସମର୍ଥକ ଙ୍କ ସହ ଆଜି ଦଳ ଛାଡ଼ି ବିଜେଡ଼ି କୁ ସମର୍ଥନ ଦେବା ଦେଇଛୁ, ଯଦିଓ କୌଣସି ଦଳରେ ଆମେ ବିଧିବଦ୍ଧ ଭାବେ ମିଶିନୁ ମାତ୍ର ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆମେ ବିଜେଡି କୁ ସମର୍ଥନ ଦେବା ସହ ଶଙ୍ଖ ଚିହ୍ନ ରେ ଭୋଟ୍ ଦେବା ପାଇଁ ନିଷ୍ପତ୍ତି ନେଇଛୁ, ସେହିପରି ବିଜେପି ର ଗୁଣ୍ଡାରାଜ୍ ସମର୍ଥନ ଦେବୁ ନାହିଁ ବୋଲି କହିଥିଲେ ସୁର, ଏହି କାର୍ଯ୍ୟକ୍ରମ ରେ ସୁରେନ୍ଦ୍ର ନନ୍ଦ ଙ୍କ ସହିତ ପୂର୍ବତନ ଅନୁସୂଚିତ ଜାତି ର ପୂର୍ବତନ ରାଜ୍ୟ ସଂଯୋଜକ ଦୀନବନ୍ଧୁ ନାୟକ,ବଡମ୍ବା-ନରସିଂହପୁର ବ୍ଲକର ପୂର୍ବତନ ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପଣ୍ଡା,29 ନମ୍ବର ଜୋନ ପୂର୍ବତନ ଜିଲ୍ଲା ପରିଷଦ ପାର୍ଥି, ଦେବେନ୍ଦ୍ର ଦାସ,ବୁନୁ ମହାନ୍ତି, ଲାଲୁ ପଣ୍ଡା, ସଚ୍ଚି ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ,ବସନ୍ତ ନାୟକ ଙ୍କ ସମେତ ପ୍ରାୟ ଏକ ହାଜର ସମର୍ଥକ ମାନଙ୍କ ସହ ଦଳ କଂଗ୍ରେସ ଦଳ ଛାଡ଼ି ବିଜେଡ଼ି ଦଳକୁ ସମର୍ଥନ ଜଣାଇଛନ୍ତି Share on FacebookTweetFollow usSave Post Views: 267
Odisha *ତାତିରୁ ମିଳିବ ଆଶ୍ୱସ୍ତି : ସୋମବାର ଠାରୁ ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା , ୨୧ ଓ ୨୨ତାରିଖରେ ରାଜ୍ୟରେ ବଢ଼ିବ ବର୍ଷାର ପରିଣାମ NTP Bureau Report 20/04/2020 0 ଭୁବନେଶ୍ୱର(ଏନଟିପି) ଆସନ୍ତା ସୋମବାର ଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ୨୧ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍ […]
Odisha ବାହୁଡ଼ିଲା ବାଘୁଣୀ ସୁନ୍ଦରୀ NTP Bureau Report 23/03/2021 0 ଅନୁଗୋଳ : (ଏନ ଟି ପି): ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ବାହୁଡ଼ିଛି।ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ […]
Odisha Political Tadka ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୩ ନେଇ ସମୀକ୍ଷାଯୁବ ଭୋଟରଙ୍କୁ ତାଲିକାରେ ସଂଯୋଗ ନେଇ ପ୍ରାଧାନ୍ୟ Smrutilipi 21/12/2022 0 ଅନୁଗୋଳ,୨୧।୧୨: ଅନୁଗୋଳ ଜିଲା ପାଇଁ ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ରାଜସ୍ୱ ପରିଷଦ ଓଡ଼ିଶାର ଅତିରିକ୍ତ ସଚିବ ସରୋଜ କୁମାର ସାହୁ ଦ୍ୱିତୀୟ ଥର ପାଇଁ ଅନୁଗୋଳ ଜିଲା ଗ୍ରସ୍ତ […]