ବାହୁଡ଼ିଲା ବାଘୁଣୀ ସୁନ୍ଦରୀ

ଅନୁଗୋଳ : (ଏନ ଟି ପି):

ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ବାହୁଡ଼ିଛି।ଦୀର୍ଘ ୩ ବର୍ଷ ଯାଏଁ ସାତକୋଶିଆ ଅଭୟାରଣ୍ୟ ଭିତରେ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ସାତକୋଶିଆ ଅଭୟାରଣ୍ୟର ବନ୍ୟ ପ୍ରାଣୀ ଚିକିତ୍ସକ କିଶୋର ସାହୁ ଏହି ସୂଚନା ଦେଇଛନ୍ତି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ଯନ୍ତାରେ ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ବହୁ ଉଦ୍ୟମ କରିଥିଲେ। କିନ୍ତୁ ଯନ୍ତା ପାଖକୁ ସେ ଆସି ନଥିଲା। ଶେଷରେ ୩ ଜଣିଆ ଡାକ୍ତରୀ ଟିମ୍‌ ବାଧ୍ୟ ହୋଇ ଟ୍ରାଙ୍କୁଲାଇଜ୍‌ କରିଥିଲେ।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ ଚେତା ପାଇଥିଲା। ଏହା ପରେ ତାକୁ ଏକ ସ୍ବତନ୍ତ୍ର ଗାଡ଼ି ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲା। ତେବେ ସାତକୋଶିଆରୁ ବାହାରିବା ପୂର୍ବରୁ ସୁନ୍ଦରୀର ଓଜନ ପରୀକ୍ଷା କରାଯାଇଥିଲା। ଏଥି ସହିତ ସେ ସେ କରିଥିବା ଶିକାର ଦିଆଯାଇଥିଲା।

ସୁନ୍ଦରୀ ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ର ଘୋରେଲା ପହଂଚିବ ବୋଲି ଜଣାଯାଇଛି।ସୂଚନାଯୋଗ୍ୟ, ସାତକୋଶିଆରେ ରହଣୀ ସମୟରେ ସୁନ୍ଦରୀ ଜଣେ ମହିଳା (ହାତୀବାରୀ ଗାଁର କୈଳାଶୀ ସାଏ) ଓ  ଜଣେ ଚାଷୀଙ୍କ ଜୀବନ ନେଇଥିଲା। କୈଳାଶୀ ଗାଁ ନାଳରେ ଗାଧୋଉଥିବା ବେଳେ ସୁନ୍ଦରୀ ପଛପଟରୁ ଝାମ୍ପ ମାରି ତାଙ୍କର ଜୀବନ ନେଇଥିଲା। ବାଘୁଣୀ ପୁଳାଏ ମାଂସ ଖାଇଦେଇଥିଲା। ଏହି ଘଟଣାକୁ ନେଇ ସାତକୋଶିଆ ବନବାସୀ ଖପ୍ପା ହୋଇଥିଲେ। ସେମାନେ ଟିକରପଡ଼ାରେ ଲଙ୍କା କାଣ୍ଡ କରିଥିଲେ। ତାପରେ ସୁନ୍ଦରୀକୁ କାବୁ କରାଯାଇ ୨୦୧୮ରେ ରାଇଗୁଡାର ସ୍ୱତନ୍ତ୍ର ଏନକ୍ଲୋଜର ରେ ବନ୍ଦୀ କରି ରଖାଯାଇଥିଲା।ମହାବଳ ବାଘ ମହାବୀର ମୃତ୍ୟୁ ପରେ ସୁନ୍ଦରୀ କୁ ମଧ୍ୟପ୍ରଦେଶ ଫେରାଇ ନେବା ପରେ ସାତକୋଶିଆ ରେ ବ୍ୟାଘ୍ର ପ୍ରକଳ୍ପ ର ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ।ସେପଟେ NTCA ମଧ୍ୟ ସାତକୋଶିଆ ରେ ବ୍ୟାଘ୍ର ପ୍ରକଳ୍ପ କୁ ନେଇ ରୋକ ଲଗାଇଛନ୍ତି।ବୁଧବାର ଅପରାହ୍ନରେ ମଧ୍ୟପ୍ରଦେଶ ପହଂଚିବ ବାଘୁଣୀ ସୁନ୍ଦରୀ।

Follow by Email
WhatsApp