ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ: ସଂଧ୍ୟା ୫ଟା ସୁଦ୍ଧା ହୋଇଛି ୬୧ ପ୍ରତିଶତ ମତଦାନ, ଦୁଇଟି ବୁଥରେ ହେବ ସାନି ମତଦାନ Posted on 23/04/201923/04/2019 by NTP Bureau Report ଭୁବନେଶ୍ୱର ୨୩/୪(NTP BUREAU) : ସରିଲା ତୃତୀୟ ପର୍ଯ୍ୟାୟ ମତଗ୍ରହଣ । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଲୋକସଭା ଓ ୪୨ ବିଧାନସଭା ଆସନରେ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି ଭୋଟର । ଭୁବନେଶ୍ବର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ରରେ ହୋଇଥିବା ୧୦ହଜାର ୪୬୪ଟି ପୋଲିଂ ବୁଥ୍ ମଧ୍ୟରୁ ଦୁଇଟି ବୁଥ୍ରେ VVPAT ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ସେଠାରେ ସାନି ମତଦାନ ପାଇଁ ସୁପାରିଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ସଂଧ୍ୟା ୫ସୁଦ୍ଧା ୬୧.୩୧ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି ।ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ୬ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟର ସେମାନଙ୍କ ପ୍ରତିନିଧିଙ୍କ ନାଁରେ ମୋହର ମାରିସାରିଛନ୍ତି । ଏହି ପର୍ଯ୍ୟାୟରେ ମତଗ୍ରହଣ ପାଇଁ କରାଯାଇଥିବା ୧୦ହଜାର ୪୬୪ଟି ପୋଲିଂ ବୁଥ୍ ମଧ୍ୟରୁ ବଡମ୍ବା ବିଧାନସଭା ଆସନର ୧୯୬ ବୁଥ୍ରେ ପୁଣି ହେବ ମତଦାନ । ଦେବଗଡ଼ ୧୮୩ ନମ୍ବର ବୁଥ୍ ରେ ମଧ୍ୟ ପୁଣି ଥରେ ଭୋଟିଂ ହେବ । ମତଦାନରେ ଭିଭିପାଟ୍ ସଂଯୋଗ ବେଳେ ତ୍ରୁଟି ଦେଖାଯିବାରୁ ସାନି ମତଦାନ ପାଇଁ ସୁପାରିଶ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେହିପରି କିଛି ସ୍ଥାନରେ ଗଣ୍ଡଗୋଳ ହୋଇଥିବାର ମଧ୍ୟ ସୂଚନା ମିଳିଛି। ପୁରୀ ବ୍ରହ୍ମଗିରିରେ କିଛି ଲୋକ ଇଭିଏମ ଭାଙ୍ଗିଦେଇଥିବା ଅବିଯୋଗ ହୋଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ପାଇଁ ଭୋଟରଙ୍କ ଭିତରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ବୁଥ ଗୁଡ଼ିକରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ଦିନ ବଢ଼ିବା ସହ ଖରାର ପ୍ରକୋପ ମଧ୍ୟ ବଢ଼ିଥିଲା । ପ୍ରବଳ ଖରା ସତ୍ବେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ବେଶ୍ ଆଗ୍ରହ ପ୍ରକାଶ କରିଥିଲେ ।ଭୁବନେଶ୍ବର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରରେ ମଇଦାନରେ ଥିବା ୬ମନ୍ତ୍ରୀ ଓ ଡଜନେରୁ ଅଧିକ ହେଭିୱେଟଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ, କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଘସିପୁରାରେ, କାମାକ୍ଷା ପ୍ରସାଦ ସିଂହଦେଓ ଢେଙ୍କାନାଳରେ, ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରରେ, ପ୍ରଫୁଲ୍ଲ ମଲ୍ଲିକ, ବଦ୍ରିନାରାୟଣ ପାତ୍ର ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି।ଯେଉଁଯେଉଁ ନେତାଙ୍କ ଭାଗ୍ୟ ନିର୍ଦ୍ଦାରିତ ହୋଇଛି ସେମାନଙ୍କ ମଧ୍ୟରେ ଘସିପୁରାରୁ ପ୍ରାର୍ଥୀ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ କଂଗ୍ରେସର ଚାରି ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କାମାକ୍ଷା ପ୍ରସାଦ ସିଂଦେଓ ଓ ଶରତ ପଟ୍ଟନାୟକ , ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ୁଥିବା ପୂର୍ବତନ ପ୍ରଶାସକ ଅରୂପ ପଟ୍ଟନାୟକ ଓ ଅପରାଜିତା ଷଡ଼ଙ୍ଗୀ, ପୁରୀ ଲୋକସଭା ଆସନରୁ ପିନାକୀ ମିଶ୍ର ଓ ସମ୍ବିତ ପାତ୍ର ଏବଂ କଟକ ଲୋକସଭା ଆସନରୁ ଭର୍ତ୍ତୃହରି ମହତାବ, ପ୍ରକାଶ ମିଶ୍ର ଓ ପଞ୍ଚାନନ କାନୁନଗୋ। ଏପର୍ଯ୍ୟନ୍ତ ୩ ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ଏହା ଅଧୀନରେ ଥିବା ୧୦୫ ବିଧାନସଭା ଆସନ ପାଇଁ ଭୋଟିଂ ସରିଛି। Share on FacebookTweetFollow usSave Post Views: 164
Odisha ଲାଞ୍ଚ ନେବା ହେଲା କାଳ, ଚାକିରିରୁ ବହିସ୍କୃତ ହେଲେ MVI NTP Bureau Report 15/08/2019 0 ଭୁବବେଶ୍ୱର (ଏନ ଟି ପି): ଲାଞ୍ଚ ନେବା ହେଲା କାଳ।ଚୋର ଘର ସବୁବେଳେ ଅନ୍ଧାର ରାତି ନଥାଏ। ଦିନେ ନା ଦିନ ଦୁର୍ନୀତି ର କଲା କାରନାମା ଖୋଲିବ ।ଠିକ ସେହିଭଳି ଲାଞ୍ଚ ଖୋର […]
Odisha 5T ସଚିବ ପାଣ୍ଡିଏନ୍ ଙ୍କ ଅଚାନକ ନୂଆପଡା ଗସ୍ତ NTP Bureau Report 10/10/2019 0 ନୂଆପଡା(ଏନଟିପି): ଓଡ଼ିଶା 5T ମୁଖ୍ୟ ସଚିବ ଭି.କେ. ପାଣ୍ଡିଏନ୍ ଅଚାନକ ଦିନିକିଆ ଗସ୍ତରେ ଆସି ନୂଆପଡା ରେ ପହଞ୍ଚି ଛନ୍ତି । ଆଜି ଦିନ ଏଗାର ସମୟରେ ଭି.କେ ପାଣ୍ଡିଏନ୍ ନୂଆପଡା ଜିଲ୍ଲାପାଳ ଙ୍କ […]
Odisha ଫନି ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ NTP Bureau Report 01/05/2019 0 ‘ଫୋନି’ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ। ବାତ୍ୟାକୁ ଦୃଷ୍ଟିରେ ରଖି କାଲିଠୁ ରାଜ୍ୟର ସବୁ ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା । ଏହି ସମୟରେ ଥିବା ସମସ୍ତ ପରୀକ୍ଷା ବାତିଲ ଭୟଙ୍କର ରୂପ ନେଉଛି […]