କେନ୍ଦ୍ରୀୟ ବଜେଟରେ କାହାକୁ ମିଳିଲା କେତେ ? କିଏ କେତେ ଲାଭବାନ …

ଉପସ୍ଥାପନ ହୋଇଛି ମଧ୍ୟବର୍ତ୍ତୀ କାଳୀନ କେନ୍ଦୀୟ୍ର ବଜେଟ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ । ସଂସଦରେ ପୀୟୂଷ ଗୋଏଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ଭ୍ରଷ୍ଟାଚାର ଓ ଦୁର୍ନୀତି ମୁକ୍ତ ହୋଇଛି ଦେଶ । ୨୦୨୨ ସୁଦ୍ଧା ସମସ୍ତିଙ୍କୁ ମିଳିବ ଘର । ସରକାରୀ ବ୍ୟାଙ୍କକୁ ୨.୬କୋଟି ସହାୟତା ଦିଆଯିବ । ସୌଭାଗ୍ୟ ଯୋଜନାରେ୧୪୩କୋଟି ଏଲଇଡ଼ି ବଲବ ଉପଲବ୍ଧ କରାଯାଇଛି । ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ଲୋକଙ୍କୁ ମିଳବ ସ୍ୱାସ୍ଥ୍ୟ ଚିକିତ୍ସା । ଗ୍ରାମୀଣ ସଡ଼କ ନିମନ୍ତେ ୧୯ହଜାର କୋଟି ପ୍ରଦାନ କରାଯିବ । ୫.୪୬ଲକ୍ଷ ଗ୍ରାମରେ ଲୋକ ଶୌଚମୁକ୍ତ । ଗରିବ ସାଧାରଣ ପାଇଁ ୧୦% ସଂରକ୍ଷଣ କରାଯିବ । ଏପର୍ଯ୍ୟନ୍ତ ୨୨ଟି ଏମସର ନିର୍ମାଣ କରାଯାଇଛି ।

ବଜେଟରେ ଚାଷୀଙ୍କୁ କେତେ ମିଳିବ ଲାଭ :

ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, ୨ ହେକ୍ଟର ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ମିଳିବ ୬ହଜାର ଟଙ୍କା, ଡିସେମ୍ବର ୧ରୁ ପିଛିଲା ଭାବେ ହେବ ଲାଗୁ, ଉପକୃତ ହେବେ ଦେଶର ୧୨ କୋଟି କୃଷକ। କାଳିଆଭଳି ଆରମ୍ଭ ହେଲା ଏକ ନୂଆ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ଏଥିରେ ୧୨କୋଟି ଚାଷୀଏଥିରେ ଲାଭବାନ ହେବେ । ୬୦୦୦ ଟଙ୍କା କୃଷଙ୍କ ଖାତାକୁ ସିଧାସଳଖ ଯିବ । ୨୦୦୦ ଲେଖା ୩ଟି କିସ୍ତି ମାଧ୍ୟମରେ ଦିଆଯିବ ଟଙ୍କା ।ଏହା ୨୦୧୮ ଡ଼ିସେମ୍ବର ୧ରୁ ଲାଗ ହେବ ।୨୨ଟି ଫସଲରେ ଏମପିସି ବୃଦ୍ଧି ପାଇଛି । କୃଷକମାନଙ୍କ ପାଇଁ ଆୟ ଦ୍ୱିଗୁଣୀତ ହେବ । ମନରୋଗା ପାଇଁ ୬୦୦୦ ପ୍ରଦାନ କରାଯିବ । ଆରମ୍ଭ ହେବ କାମଧେନୁ ଯୋଜନା । ଯାହାଦ୍ୱାରା ଶ୍ରମିକମାନେ ଉପକୃତ ହେବେ ।

ସଂଗଠିତ ଓ ଅସଂଗଠିତ ଶ୍ରମିକ ୩୦୦୦ ଲେଖାଏଁ ପେନସନ ପାଇବେ । ଟିକସ ଆଦାୟ ଅଦ୍ଭୁଦପୂର୍ବକ ଭାବେ ବୃଦ୍ଧି ପାଇଛି । ଟିକସ ଆଦାୟ ୬ଲକ୍ଷ ୩୮ହଜାର କୋଟିରୁ ୧୨ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ସମୁଦାୟ ୯୯.୫୪% ଟ୍ୟାକ୍ସ ଫେରସ୍ତକୁ ମଞ୍ଜୁରୀ ମିଳିଛି । ସିନେମା ଉପରେ ଜିଏସଟି କମିଛି । ସିନେମା ହଲରେ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି ।ବଜେଟ୍‌-୨୦୧୯ : ବଢ଼ିଲା ଆୟକର ଛାଡ଼ ସୀମା, ୫ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ହେଲା।ମାନେହେଉଛି ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ବଜେଟ ପ୍ରସ୍ତୁତ ହୋଇଛି।ସତରେ କଣ ଲାଭବାନ ହେବୀ ଚାଷୀ ,ମଧ୍ୟବିତ ବର୍ଗ।ଯୁବ ବର୍ଗଙ୍କ ନିଯୁକ୍ତି ପାଇଁ ବଜେଟ ରେ ସ୍ଥାନ ନାହିଁ।

Follow by Email
WhatsApp