ଚମ୍ପେଶ୍ୱର ରେ ପିଇବା ପାଣି ପାଇଁ ରାସ୍ତା ରୋକ.. ପ୍ରତିଶୃତି ପରେ ହଟିଲା ଆନ୍ଦୋଳନ

ନରସିଂହପୁର(ଏନଟିପି)

ଗୋଟିଏ ପଟେ ଅସହ୍ୟ ତାତି ଅନ୍ୟପଟେ ଜଳକଷ୍ଟ। ଗ୍ରୀଷ୍ମ ପ୍ରବାହ ଯେତେ ବଢ଼ିବାରେ ଲାଗିଛି ତୃଷା ମେଣ୍ଟାଇବା ପାଇଁ ଭଲରେ ପିଇବା ପାଣି ମିଳୁନି ବୋଲି ଆଜି ସକାଳେ ୬୫ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ ଚମ୍ପେଶ୍ୱର ୩ନଂ ତ୍ରିନାଥ ବଜାର ର ଗ୍ରାମବାସୀ। ଘଟଣା ସ୍ଥଳରେ କାନପୁର ଥାନା ଅଧିକାରୀ ସସ୍ମିତା ଜେନା ପହଁଚି ଉକ୍ତ ଘଟଣା ର କିପରି ସ୍ଥାୟୀ ସମାଧନ କରାଯିବ ଓ ଶୁଦ୍ଧ ପାନୀୟ ଜଳଯୋଗାଣ କରାଯିବ ସେ ପ୍ରତି କଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଦୃଢ଼ ପ୍ରତିସୁତି ଦେବା ପରେ ରାସ୍ତା ଅବରୋଧ ଭାଙ୍ଗି ଥିଲା।ଆଗାମୀ ଦିନରେ ଯଦି କିଛି ସ୍ଥାୟୀ ପ୍ରତିକାର କରା ନ ଯାଏ ତେବେ ଏକ ବଡ଼ ଧରଣର ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।
Follow by Email
WhatsApp