କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା Posted on 24/03/201924/03/2019 by NTP Bureau Report କନ୍ଧମାଳ: କନ୍ଧମାଳ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ସଦର ମହକୁମା ସ୍ଥିତ ସେନାପତି ରେସିଡେନସୀରେ ଏକ ବୈଠକରେ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ, ୧୨ଟି ବ୍ଲକର ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସରପଞ୍ଚ, ବ୍ଲକ ଚେୟାରମ୍ୟାନ ପ୍ରମୁଖ ଯୋଗଦେଇ ଡ. ସାମନ୍ତଙ୍କୁ ସ୍ୱାଗତ କରିଛନ୍ତି । କନ୍ଧମାଳ ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଉପରେ ଡ. ସାମନ୍ତ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବେକାରୀ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି । ଏଥପାଇଁ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ସକ୍ରିୟ ସହଯୋଗ କରିବା ସହ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ରତୀ ହେବାକୁ ଆହ୍ଵାନ ଦେଇଥିଲେ । ନିର୍ବାଚନ ନେଇ ଏହି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । Share on FacebookTweetFollow usSave Post Views: 301
Odisha ମନ୍ଦିର ପରିସରରେ ଆମିଷ ରୋଷେଇ କରି ୩ ଗିରଫ NTP Bureau Report 30/03/2020 0 ତାଳଚେର (ଏନ ଟି ପି) ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ […]
Odisha ଜିଲ୍ଲାପାଳଙ୍କ ନିର୍ବାଚନମଣ୍ଡଳୀ ବୁଥ ପରିଦର୍ଶନ NTP Bureau Report 18/02/2019 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାପାଳ ଆସନ୍ତା ନିର୍ବାଚନ ର ସୁପରିଚାଳନା ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ଉପଲବ୍ଧ ଆନୁସଙ୍ଗିକ ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ସହ ଭୋଟର ତାଲିକା ଅଭିଯାନର ଶେଷ ଦିବସରେ ତାଲିକାରେ ଥିବା […]
Odisha ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ NTP Bureau Report 29/05/2019 0 ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମିଳିଛି। ନିରଞ୍ଜନ ପୂଜାରୀ ହୋଇଛନ୍ତି […]