ଆଇପିଏଲ୍ , ପ୍ରଥମ ଦିନରେ CSK ବନାମ RCB


ଚେନ୍ନାଇ : ଆଇପିଏଲ୍‌ର ଦ୍ୱାଦଶ ସିଜନ୍। ପ୍ରଥମ ଦିନରେ ହେବ ହାଇଭୋଲଟେଜ୍ ଲଢ଼େଇ। କିଛି ସମୟ ପରେ ରାତି ୮ଟାରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇରେ ଏହି ମ୍ୟାଚ୍‌ ଖେଳାଯିବ।ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବନାମ୍ ବିରାଟ କୋହଲି ମ୍ୟାଚ୍‌ ଦେଖିବେ କ୍ରିକେଟ୍ ପ୍ରେମୀ।
ଗତଥର ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ଚେନ୍ନାଇ ସୁପର୍ କିଙ୍ଗସ୍। ଆର୍‌ସିବି ଥରେ ବି ଚାମ୍ପିଅନ ହୋଇପାରି ନାହିଁ। ତେବେ ଚଳିତ ଥର ଟିମ୍‌ରେ ବ୍ୟାପକ ଭାବେ ପରିବର୍ତ୍ତନ ହୋଇଛି। ଟିମ୍ ସ୍କ୍ୱାଡ ବଦଳିବା ସହ RCBର ଆତ୍ମ ବିଶ୍ୱାସ ବଢ଼ିଛି। ତେଣୁ ମୁକାବିଲା ଜୋରଦାର ହେବ ବୋଲି ପୂର୍ବାନୁମାନ କରାଯାଉଛି।
ଆଜି ସଂଧ୍ୟାରେ ଚେନ୍ନାଇରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ମ୍ୟାଚ୍ ଆରମ୍ଭ ହେବ।


Follow by Email
WhatsApp