ରୁଦ୍ରଭିଷେକ କଲେ କଣ ମିଳିଥାଏ ଫଳ ,ପଢନ୍ତୁ ଆଉ ଜାଣନ୍ତୁ…

👉ରୁଦ୍ରାଭିଷେକ କଲେ କେଉଁ ଫଳ ମିଳେ, ଜାଣନ୍ତୁ…

👉ଲୋକମାନେ ଦେବତାଙ୍କୁ ଫଳ, ଫୁଲ ନୈବେଦ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାର ସୁଫଳ ମିଳିଥାଏ ବୋଲି ଅନେକ ମତବ୍ୟକ୍ତ କରିଥାନ୍ତି । ଯଦି ଶିବଲିଙ୍ଗକୁ ରୁଦ୍ରାଭିଷେକ କରାଯାଏ ଓ ତାର ଫଳ ସୁନିଶ୍ଚିତ ମିଳିଥାଏ ବୋଲି ଅନେକ ଜ୍ୟୋତିଷବିଦ୍ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଭଗବାନ ମହାଦେବଙ୍କୁ କଣ ଅଭିଷେକ କଲେ କଣ ମିଳିଥାଏ ।

👉-ଯଦି କେହି ବ୍ୟକ୍ତି ସୁନାରେ ତିଆରି ଶିବଲିଙ୍ଗକୁ ଅଭିଷେକ କରେ ସେ ସର୍ବସିଦ୍ଧି ପ୍ରାପ୍ତ କରିଥାଏ । ସେହିଭଳି ରୂପାରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । 

👉-ପିତଳରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସୁଖ ଶାନ୍ତି ମିଳିଥାଏ । ପାରଦରେ ତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସମସ୍ତ ସୌଭାଗ୍ୟ ଅର୍ଜନ ପ୍ରାପ୍ତ ହୋଇଥାଏ । 

👉-କର୍ପୂରରେ ତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସବୁ ପ୍ରକାର ମଙ୍ଗଳହୋଇଥାଏ । 

👉-ଲୁହାରେ ନିର୍ମିତ ଶିବଲିଙ୍ଗକୁ ଜଳାଭିଷେକ କଲେ ବ୍ୟକ୍ତି ଶତ୍ରୁକୁ ପରାସ୍ତ କରିବା ସହ ନିଜେ ବିଜୟୀ ହୋଇଥାଏ । ଚନ୍ଦନରେ ନିର୍ମିତ ଶିବଲିଙ୍ଗକୁ ଧନଲାଭ ପ୍ରାପ୍ତ ହୁଏ । ଫୁଲରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଭୂ- ସମ୍ପତିର ଅଧିକାରୀ ହୋଇପାରିବେ । 

👉-ମିଶ୍ରି ବା ଚିନିରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଅଭିଷ୍ଟ ପୂରଣ ହୁଏ । ବାଉଁଶରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ସନ୍ତାନ ପ୍ରାପ୍ତ କରିପାରିବେ । 

👉-ଦୁବରେ ତିଆରି ଶିବଲିଙ୍ଗକୁ ରୁଦ୍ରାଭିଷେକ କଲେ ଦୁର୍ଘଟଣାରୁ ରକ୍ଷା ମିଳିଥାଏ ।

Follow by Email
WhatsApp