ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ମନ୍ତ୍ରୀଙ୍କ ଭିତରେ ବିଭାଗ ବଣ୍ଟନ। ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ମିଳିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରାଳୟ। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମିଳିଛି। ନିରଞ୍ଜନ ପୂଜାରୀ ହୋଇଛନ୍ତି ଅର୍ଥ ମନ୍ତ୍ରୀ। ତାସହ ତାଙ୍କୁ ଅବକାରୀ ମନ୍ତ୍ରାଳୟ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ  ।

ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ ଦିଆଯାଇଛି। ଅରୁଣ ସାହୁଙ୍କୁ କୃଷି, ପଶୁ ଓ ମତ୍ସ୍ୟ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ ମିଳିଛି। ସୁଶାନ୍ତ ସିଂ ଗ୍ରାମ୍ୟ ଉନ୍ନୟମ ଓ ଶ୍ରମ ଏବଂ ସୁଦାମ ମାରାଣ୍ଡି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରାଳୟ ଦାୟିତ୍ୱ ତୁଲାଇବେ। ନବ ଦାସ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହୋଇଛନ୍ତି। ଟୁକୁନି ସାହୁ ହୋଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱ।

Follow by Email
WhatsApp