ସାଇକେଲକୁ ଧକ୍କା ଦେଲା ପିକଅପ ,ସାଇକେଲ ଆରୋହି ମୃତ Posted on 23/03/201923/03/2019 by NTP Bureau Report ନରସିଂହପୁର: ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥ ଚମ୍ପେଶ୍ବର ସିଂହଦ୍ଵାର ଛକ ନିକଟରେ ପିକଅପ ଭ୍ୟାନ ଧକ୍କାରେ ସାଇକେଲ ଆରୋହୀ ମୃତ ମୃତକ ହେଲେ ସଦାନନ୍ଦ ନାୟକ। ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୧୦ଟା ସମୟରେ ନରସିଂହପୁର ରୁ ସାଇକେଲ ଯୋଗେ ସଦାନନ୍ଦ ନିଜଘର ମାନପୁର ଫେରୁଥିବା ବେଳେ ବଡମ୍ବା ରୁ ନରସିଂହପୁର ରୁ ଦ୍ରୃତଗତିରେ ଯାଉଥିବା ଏକ ପିକଅପ ଭ୍ୟାନ ସାଇକେଲ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀ ସଦାନନ୍ଦ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ଘର କାନପୁର ଥାନା ମାନପୁର ପଞ୍ଚାୟତ ସନିଆ ସାହିର ବୋଲି ଜଣାପଡିଛି।ତେବେ ଧକ୍କା ଦେଇ ଫେରାର ହେବାକୁ ଉଦ୍ୟମ କରୁଥିବା ପିକଅପ ଭ୍ୟାନ କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଉତ୍ତ୍ୟକ୍ତ ଲୋକେ ୬୫ ନମ୍ବର ରାଜ୍ୟ ରାଜପଥ କୁ ଏକଘଣ୍ଟା ପାଇଁ ଅବରୋଧ କରିଥିଲେ। ଘଟଣାସ୍ଥଳରେ କାନପୁର ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।ବଳିଝରି ଦମକଳବାହିନୀ ମୃତ ଦେହକୁ ବଡମ୍ବା ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଛି। ଅନ୍ୟପଟେ ପୋଲିସ ପିକଅପ ଭ୍ୟାନ କୁ ଜବତ କରି ତଦନ୍ତ ଜାରି ରଖିଛି। Share on FacebookTweetFollow usSave Post Views: 355
Odisha ତାଳଚେର ବଲଣ୍ଡାରେ ବିଦ୍ୟୁତ ଚୋରି କୁ ପ୍ରଶ୍ରୟ ଦେଉଛନ୍ତି କି MCL ଅଧିକାରୀ ?କ୍ୱାର୍ଟର ଲାଇନରେ ଲୋ ଭୋଲ୍ଟେଜ ପାଇଁ ଦାୟୀ କିଏ? NTP Bureau Report 27/05/2020 0 ଅନୁଗୋଳ( ଏନ ଟି ପି) ଖଣି ଖଦାନ ରେ ଭରା ତାଳଚେର।ତାଳଚେର ରୁ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଛି ।କୋଇଲା ପରିବହନ ହୋଇ କୋଇଲରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ମଧ୍ୟ ହେଉଛି […]
Odisha Political Tadka ରୀତା ସାହୁଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ NTP Bureau Report 24/10/2019 0 ଭୁବନେଶ୍ୱର(ଏନଟିପି) ରେକର୍ଡ ସଂଖ୍ୟକ ଭୋଟରେ ବାଜି ମାରିଛନ୍ତି ରୀତା ସାହୁ। ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍। ଦଳୀୟ ନେତା, କର୍ମୀ ଓ ସମର୍ଥକ ଖୁସି ମନାଉଛନ୍ତି। ବିପୁଳ ବିଜୟ ପାଇଁ ରୀତାଙ୍କୁ ଶୁଭେଚ୍ଛା […]
Odisha Political Tadka ବିଜେପୁର ଦାୟିତ୍ୱ ନେବା କହି ଅଞ୍ଚଳ ବାସୀଙ୍କୁ ପ୍ରତାରିତ କରିଛନ୍ତି ମୁଖ୍ୟମନ୍ତ୍ରୀ -ଧର୍ମେନ୍ଦ୍ର ପ୍ରଧାନ NTP Bureau Report 11/10/2019 0 ବରଗଡ଼(ଏନଟିପି): ବିଜେପୁରର ଦାୟିତ୍ୱ ନେବା କହି ଅଂଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି ବୋଲି ଶୁକ୍ରବାର ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଗାଇସିଲଟ୍ ବ୍ଲକ ତାଲପାଲିରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗଦେଇ କହିଛନ୍ତି […]