କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦ ସୁଦ୍ଧା ନିର୍ମାଣ ହେବ ୧ କୋଟି ବାସ ଗୃହ

ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ): ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ୨୦୨୦ ସୁଦ୍ଧା ଦେଶର ବିଭିନ୍ନ ସହରରେ ୧ କୋଟି ବାସଗୃହ ନିର୍ମାଣ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର । କେନ୍ଦ୍ର ସହରୀ ଓ ବିକାଶ ମନ୍ତ୍ରଣାଳୟ ଏହି ବାସଗୃହ ନିର୍ମାଣ କରିବା ନେଇ ଅନୁମୋଦନ ଦେଇଛି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାର ମୂଳ ଲକ୍ଷ୍ୟ  । ସ୍ୱଚ୍ଛଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା, ନାସନାଲ ହେରିଟେଜ ସିଟି ଡେଭଲପମେଣ୍ଟ ଯୋଜନା, ଓ ଅମୃତ ପରି ପ୍ରମୁଖ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ନେଇ ପ୍ରତିଶ୍ରୁତି ବଦ୍ଧ ଅଛନ୍ତି କେନ୍ଦ୍ର ସରକାର । 

ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୧୮ ଏପ୍ରିଲ ସୁଦ୍ଧା ୧,୬୧୨ ଟି ସହରକୁ ବାହ୍ୟ ମଳ ମୁକ୍ତ ସହରର ଭାବେ ଘୋଷଣା କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନରେ ସରାଦେଶରୁ ୪,୧୨୪ ଟି ସହର ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଦେଶରେ ୬୨ ଲକ୍ଷ ଘରରେ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ୫ ଲକ୍ଷ ଗୋଷ୍ଠୀ ଓ ସାର୍ବଜନୀନ ଶୌଚାଳୟ ନିର୍ମାଣ କରାଯାଇଛି । 

ଏହା ସହ ୨୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭନ୍ନ ସହରରକୁ ବାହ୍ୟ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି । ଯେଉଁଥିରେ ଆଣ୍ଡାମାନ ଓ ନିକୋବର , ଦାଦ୍ରା ନଗର ହାବେଳି, ଚଣ୍ଡିଗଡ, ଆନ୍ଧ୍ର ପ୍ରଦେଶ , ରାଜସ୍ଥାନ, ଛତିଶଗଡ, ଗୁଜରାଟ, ହରିୟାଣା, ଝାରଖଣ୍ଡ ଏବଂ ମଧ୍ୟପ୍ରଦେଶ ପରି ରାଜ୍ୟ ରହିଛି । 

ସହରରେ ବାସ କରୁଥିବା ଲୋକଙ୍କ ସ୍ୱାସ୍ଥର ଉନ୍ନତି ଓ ସହର ସଫା ରଖିବା ପାଇଁ ବିଭିନ୍ନ ସହର ମଧ୍ୟରେ ପ୍ରତିଯୋଗୀତା କରିବା ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ଯୋଜନା ଲାଗୁ କରିଛନ୍ତି କେନ୍ଦ୍ର ସରକାର । ୨୦୧୭ ରେ ହୋଇଥିବା ସ୍ୱଚ୍ଛ ସର୍ବେକ୍ଷଣ ଯୋଜନାରେ ଇନଦୋର ପ୍ରଥମ ସ୍ଥାନରେ ରହିଥିଲା । ୨୦୧୮ ଅଗଷ୍ଟ ୧୩ ରୁ ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ଦେଳର ୪୨୦୩ ଟି ସହରକୁ ସାମିଲ କରାଯାଇଛି । 

ମଧ୍ୟପ୍ରଦେଶର ଦୁଇଟି ସହରର ଇନଦୋର ଓ ଭୋପାଲ ଏହି ସୂଚିରେ ପ୍ରଥମ ଓ ଦ୍ୱିତୀୟରେ ଥିବା ବେଳେ ଚଣ୍ଡିଗଡ ତୃତୀୟ ସ୍ଥାନରେ ରହିଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୧୯ ରେ ଦେଶର ସମସ୍ତ ସହର ସ୍ଥାନୀୟ ଅଞ୍ଚଳରେ ଥିବା ଟି ସ୍ଥାନୀୟ ସଂସ୍ଥାକୁ ପରକ୍ଷାଯିବ । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ବାସଗୃହ ନିର୍ମାଣ ପାଇଁ ସ୍ୱିକୃତି ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ ୩୫.୬୭ ଲକ୍ଷ ଘର ଅଧା ତିଆରି ହୋଇଥିବା  ବେଳେ ୧୨.୪୫ ଲକ୍ଷ ଘର ତିଆରି ହୋଇସାରିଛି । କେନ୍ଦ୍ର ସରକାର ୨୦୨୦ ସୁଦ୍ଧା ୧ କୋଟି ବାସଗୃହ ନିର୍ମାଣ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଅଛନ୍ତି ।

Follow by Email
WhatsApp